Odisha Link
Bridging the Missing Links in Odisha

ଚକୋଲେଟ୍ ଦେଇ ଦୁଇ ନାବାଳିକା ଭଉଣୀଙ୍କୁ ସମ୍ପର୍କୀୟ ଭାଇର ଦୁଷ୍କର୍ମ

 

ସୋର : ଚକୋଲେଟ ଦେଇ ଦୁଇ ଭଉଣୀଙ୍କୁ ସମ୍ପର୍କୀୟ ଭାଇର ଦୁଷ୍କର୍ମ ଅଭିଯୋଗ ଆସିଛି । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଅଞ୍ଚଳରେ। ଜଣଙ୍କର ବୟସ ୧୧ ବର୍ଷ ହୋଇଥିବାବେଳେ ଅନ୍ୟ ଜଣଙ୍କର ବୟସ ୭ ବର୍ଷ। ପୀଡିତାଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ଅନୁସାରେ, ଗତ ସୋମବାର ଦୁଇ ଭଉଣୀ ଖେଳୁଥିବା ସମୟରେ ସେହି ଗାଁର ପଡୋଶୀ ଦାଦା ପୁଅ ଭାଇ ସାନ୍ତୁନୁ ପାତ୍ର ଓରଫ ଜୁଲୁ ଚକୋଲେଟ୍ ଦେବା ବାହାନାରେ ନିଜ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲେ । ଏ ବିଷୟରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଉଭୟ ନାବାଳିକାଙ୍କୁ ଧମକ ଦେଇଥିଲେ । ଏଥିରେ ଡରିଯାଇ ଉଭୟ ଏହି ଘଟଣା ସମ୍ପର୍କରେ କାହାକୁ କହିନଥିଲେ। ତେବେ ଗତକାଲି ରାତିରେ ଉଭୟ ନାବାଳିକା ଯନ୍ତ୍ରଣା ଅନୁଭବ କରିବାରୁ ମାଆଙ୍କୁ ସବୁ କଥା କହିଥିଲେ।
ଘଟଣା ସମ୍ପର୍କରେ ଜଣାପଡିବା ପରେ ନାବାଳିକାଙ୍କ ବାପା ଅଭିଯୁକ୍ତ ସାନ୍ତୁନୁଙ୍କ ବିରୋଧରେ ଥାନାରେ ଏତଲା ରୁଜୁ କରିଥିଲେ। ଖନ୍ତାପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିଲାବେଳକୁ ଅଭିଯୁକ୍ତ ଫେରାର ହୋଇଯାଇଛି।

Comments are closed.