Odisha Link
Bridging the Missing Links in Odisha

ବଜେଟର ସବୁଠୁ ଚର୍ଚ୍ଚିତ ଦୃଶ୍ୟ: ଅର୍ଥମନ୍ତ୍ରୀ ନିର୍ମଳାଙ୍କ ବାପା,ମା ବଜେଟ ଦେଖିବାକୁ ସଂସଦରେ ପହଞ୍ଚିଲେ

ନୂଆଦିଲ୍ଲୀ: କ୍ୟାବିନେଟ ମଞ୍ଜୁରୀ ପରେ ମୋଦି ସରକାରଙ୍କର ଦ୍ବିତୀୟ ପାଳିର ପ୍ରଥମ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନର୍ମାଳା ସୀତାରମଣ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଯିଏକି ସଂସଦରେ ବଜେଟ ଉପସ୍ଥାପନା କରିଛନ୍ତି। ଏହା ପୂର୍ବରୁ ୧୯୭୦ ମସିହାରେ ଇନ୍ଦିରା ଗାନ୍ଧୀ ସଂସଦରେ ବଜେଟ୍‌ ଉପସ୍ଥାପନା କରିଥିଲେ। କିନ୍ତୁ ସେତେବେଳେ ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିଲେ ଏବଂ ତାଙ୍କ ହାତରେ ଅର୍ଥ ବିଭାଗ ରଖିଥିଲେ।

ଝିଅ ବଜେଟ ଉପସ୍ଥାପନା ଦେଖିବାକୁ ଆସିଲେ ବାପା-ମା
ନିର୍ମଳା ସୀତାରମଣ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ। ଏହି ସମୟରେ ନିର୍ମଳା ଏବଂ ତାଙ୍କ ପରିବାର ପାଇଁ ଗର୍ବର ବିଷୟ। ଏହି ଐତିହାସିକ ମୁହୁର୍ତ୍ତକୁ ସାରା ଜୀବନ ମନେ ରଖିବା ପାଇଁ ସଂସଦରେ ପହଞ୍ଚିଥିଲେ ନିର୍ମଳାଙ୍କ ବାପା-ମା। ନିର୍ମଳା ସୀତାରମଣଙ୍କ ବାପା ମା ମଧ୍ୟ ସଂସଦରେ ଉପସ୍ଥିତ ରହି ନିଜ ଝିଅର ବଜେଟ ଉପସ୍ଥାପନା ଦେଖୁଛନ୍ତି।

ବଜେଟ ବଦଳରେ ବହିଖାତା
ଚଳିତଥର ବଜେଟ ନାମଟିକୁ ବଦଳାଇ ଦିଆଯାଇଛି। ବଜେଟର ନୂଆ ନାମ ଏବେ ବହି ଖାତା ହୋଯାଇଛି। ଏଥି ସହିତ ଆଉ ଏକ ପରିବର୍ତ୍ତନ ହୋଇଛି। ପୂର୍ବରୁ ବଜେଟ ଉପସ୍ଥାପନା ସମୟରେ ସବୁ କାଗଜ ପତ୍ର ଏକ ଚମଡ଼ା ବ୍ୟାଗ୍‌ ଭିତରେ(ବ୍ରିଫକେଶ) ରହୁଥିଲା ସେଥିପାଇଁ ଏହାର ନାମ ବଜେଟ ଥିଲା। ବର୍ତ୍ତମାନ ବ୍ରିଫକେଶ ବଦଳରେ ନିର୍ମଳା ନାଲି କପଡ଼ା ବ୍ୟବହାର କରିଛନ୍ତି। ଏହାକୁ ନିର୍ମଳା ବହିଖାତା ବୋଲି କହିଛନ୍ତି। ଯେଉଁଥିରେକି କିଛି ବ୍ୟାଗ ବ୍ୟବହାର ହେବା ବଦଳରେ ନାଲି ରଙ୍ଗର କପଡ଼ା ବ୍ୟବହାର ହୋଇଛି। ଏବଂ ସେ ନାଲି କପଡ଼ାରେ ଅଶୋକ ସ୍ତମ୍ଭର ଏକ ଚିହ୍ନ ରହିଛି।

Comments are closed.