Odisha Link
Bridging the Missing Links in Odisha

ପାଟକୁରା ପାଇଁ ପ୍ରଚାର ; ଭୋଟ୍ ମାଗିଲେ ବିଜୟ ମହାପାତ୍ର

ପାଟକୁରା : ଆଜି ବିଜୟ ମହାପାତ୍ର ପାଟକୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ବୁଲି ପ୍ରଚାର କରିଛନ୍ତି। ଲୋକଙ୍କ ପାଖକୁ ଯାଇ ଭୋଟ୍ ମାଗିଛନ୍ତି। ପାଟକୁରା ନିର୍ବାଚନରେ ଧର୍ମର ଜୟ ହେବ। ଲୋକଙ୍କ ମନରେ ବିଜେପି ରହିଛି। ଏଥର ଇତିହାସ ସୃଷ୍ଟି ହେବ ବୋଲି ସେ କହିଛନ୍ତି।

ସେପଟେ ବିଜେପି, ବିଜେଡି ମଧ୍ୟରେ ଡିଲ୍ ହୋଇଥିବା କହି ପୁଣି ଥରେ ସମାଲୋଚନା କରିଛି କଂଗ୍ରେସ। ଦୁଇ ଦଲ ଭିତରେ ଫିକ୍ସିଂ ହୋଇଛି, ଯାହାକୁ ଲୋକେ ବୁଝିପାରିଛନ୍ତି।
ଉଲ୍ଲେଖନୀୟ ଯେ, ଜୁଲାଇ ୨୦ ତାରିଖରେ ପାଟକୁରା ବିଧାନସଭା ଆସନ ଲାଗି ଭୋଟ୍‌ ଗ୍ରହଣ କରାଯିବ। ଲାଇ ୨୪ ତାରିଖ ଦିନ ଭୋଟ୍‌ ଗଣତି ହେବ। ପାଟକୁରା ବିଧାନସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ଵାଲ୍‌ଙ୍କ ପରଲୋକ ଯୋଗୁଁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ପରେ ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ ନିର୍ବାଚନ ସମୟ ଘୁଞ୍ଚିଥିଲା।

Comments are closed.