Odisha Link
Bridging the Missing Links in Odisha

କର୍ଣ୍ଣାଟକ ସଙ୍କଟ : ସରକାର ବଞ୍ଚାଇବାକୁ ଇସ୍ତଫା ଦେଲେ ସମସ୍ତ କଂଗ୍ରେସ ମନ୍ତ୍ରୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁ: କର୍ଣ୍ଣାଟକ ମେଣ୍ଟ ସରକାରରେ ଥିବା କଂଗ୍ରେସ ମନ୍ତ୍ରୀମାନେ ସୋମବାର ଇସ୍ତଫା ଦେଇଛନ୍ତି। ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ସ୍ବାଧୀନ ବିଧାୟକ ଏଚ. ନାଗେଶଙ୍କ ଇସ୍ତଫା ପରେ କଂଗ୍ରେସର ୨୧ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସେମାନେ ନିଜ ନିଜ ଇସ୍ତଫାପତ୍ର କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଦିନେଶ ଗୁଣ୍ଡୁ ରାଓଙ୍କ ନିକଟରେ ଦାଖଲ କରିଛନ୍ତି।

ଅନ୍ୟପଟେ ଇସ୍ତଫା ଦେବା ପରେ ସ୍ବାଧୀନ ବିଧାୟକ ଏଚ. ନାଗେଶ ବିମାନ ଯୋଗେ ମୁମ୍ବାଇ ଚାଲିଯାଇଛନ୍ତି। ତେବେ ବିଜେପି କ୍ୟାମ୍ପରେ ରହିଥିବା ୧୦ ବିଧାୟକଙ୍କ ମଧ୍ୟରୁ ସୋମବାର ସନ୍ଧ୍ୟା ସୁଦ୍ଧା ଅତିକମରେ ୬ରୁ ୭ ବିଧାୟକ ଫେରିଆସିବେ ବୋଲି କର୍ଣ୍ଣାଟକ ମନ୍ତ୍ରୀ ଜମିର ଅହମ୍ମଦ ଖାନ କହିଛନ୍ତି।

Comments are closed.