Odisha Link
Bridging the Missing Links in Odisha

ପାକିସ୍ତାନ ବୋଲର ପକାଇଥିବା ବଲ ପୂରା ବ୍ରହ୍ମାଣ୍ଡ ବୁଲି ଆସିଲା, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମ୍‌ କ୍ରିକେଟ ମହାକୁମ୍ଭ ସେମିଫାଇନାଲ ପୂର୍ବରୁ ବିଶ୍ବକପରୁ ବାହାର ହୋଇ ସାରିଛି। ଏହି ସମୟରେ ଆଇସିସି ଏକ ଭିଡ଼ିଓ ସୋଶିଆଲ ମିଡ଼ିଆରେ ସେୟାର କରିଛି ଯାହାକି ଏବେ ସୋଶିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓ ଟିରେ ପାକିସ୍ତାନ କ୍ରିକେଟ ଦଳର ଖେଳାଳି ମହମ୍ମଦ ହାଫିଜ ବୋଲିଂ କରିବାର ନଜରରେ ଆସିଛନ୍ତି।

ଏହି ଭିଡ଼ିଓ ଟିରେ ମହମ୍ମଦ ହାଫିଜ୍‌ ବୋଲିଂ କରୁଛନ୍ତି ଏବଂ ସେହି ବଲଟି ପୁରା ବ୍ରହ୍ମାଣ୍ଡ ପରିଭ୍ରମଣ କରି ପୁଣି ଫେରି ଆସୁଛି ଦେଖିବାକୁ ମିଳିଛି। ଏହି ଭିଡ଼ିଓ ଟିକୁ ଆଇସିସି ନିଜ ଟ୍ବିଟର ପେଜରେ ଶେୟାର କରିବା ସହିତ ଟ୍ବିଟରେ ଲେଖିଛନ୍ତି ଯେ,”ଯେବେ ଆପଣଙ୍କ ବୋଲିଂ କୋଚ୍‌ ଆପଣଙ୍କୁ କୁହନ୍ତିକି ଅଳ୍ପ ଫ୍ଲାଇଟ ବଲ ପକେଇବାକୁ”

ଏଥିସହିତ ଆଇସିସିର ଏହିି ଟ୍ବିଟକୁ ମହମ୍ମଦ ହାଫିଜ ମଧ୍ୟ ରି ଟ୍ବିଟ୍‌ କରିଛନ୍ତି। ସୂଚନାଥାଉକି, ୨୦୧୯ ବିଶ୍ବକପ୍‌ରେ ୮ଟି ମ୍ୟାଚ୍‌ ଖେଳି ମୋଟ୍‌ ୨୫୩ ରନ୍‌ କରିଥିବା ବେଳେ ଏକମାତ୍ର ଅର୍ଦ୍ଧଶତକ ହାସଲ କରିଛନ୍ତି।

Comments are closed.