Odisha Link
Bridging the Missing Links in Odisha

କ୍ରାଇମବ୍ରାଞ୍ଚ ଏସଟିଏଫ କବ୍ଜାରେ ଖଣି ମାଫିଆ

ଖୋର୍ଦ୍ଧା : କ୍ରାଇମବ୍ରାଞ୍ଚ ଏସଟିଏଫ କବ୍ଜାରେ ପୁଣି ଜଣେ ଖଣି ମାଫିଆ । ଖୋର୍ଦ୍ଧା ବୋଲଗଡ ଅଞ୍ଚଳରୁ ଖଣି ମାଫିଆ ନିତୁ ମାନସିଂହକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ ପରେ ଖୋର୍ଦ୍ଧା ସଦର ପୋଲିସକୁ ଜିମା ଦେଇଛି କ୍ରାଇମବ୍ରାଞ୍ଚ । ନିକଟରେ ଖୋର୍ଦ୍ଧାରେ ଘଟିଥିବା ଗୁଳିମାଡ ଓ ବୋମାମଡ ଘଟଣା ସହ ବିଭିନ୍ନ ମାମଲାରେ ନିତୁ ମାନସିଂହର ସମ୍ପୃକ୍ତି ନେଇ ଅଭିଯୋଗ ଅଛି । ବୋଲଗଡରୁ ନିତୁର ଏକ କାର୍ ଜବତ କରାଯାଇଛି । ନିତୁର ଭାଇ ଜିତୁ ମାନସିଂହ ଫେରାର ହୋଇ ଯାଇଛି।

Comments are closed.