Odisha Link
Bridging the Missing Links in Odisha

ଆରମ୍ଭ ହେଲା ପ୍ରଥମ ଓଡ଼ିଶା ମିଡିଆ କନକ୍ଲେଭ୍‌

ଭୁବନେଶ୍ବର: ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ଓଡ଼ିଶା ମିଡିଆ କନକ୍ଲେଭ। ଏହି କନକ୍ଲେଭର ଉଦଘାଟନୀ ସଭାରେ ଯୋଗ ଦେଇଛନ୍ତି ଓଡିଶାର ପୁରପଲ୍ଲୀରେ ପରିଚିତ ଖବର କାଗଜ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ପ୍ରମେୟର ସଂପାଦକ ଗୋପାଳକୃଷ୍ଣ ମହାପାତ୍ର, ବିଜିନେସ ଷ୍ଟାଣ୍ଡାର୍ଡର ଆବାସିକ ସଂପାଦକ ଦିଲୀପ ଶତପଥୀ। ଏବଂ ଏହି ଅବସରରେ ସଭାକୁୁ ସଞ୍ଚାଳନା କରିଛନ୍ତି ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା। ବୈଦ୍ୟୁତିକ ଗଣମାଧ୍ୟମ, ଛାପା ଗଣମାଧ୍ୟମ, ପୋର୍ଟାଲ, ଗଣସଂଚାର ଶିକ୍ଷାନୁଷ୍ଠାନ ଓ ରାଜନୈତିକ ଦଳର ପ୍ରତିନିଧିମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି। ଏହି ଉତ୍ସବରେ ସମ୍ବାଦିକତା ଶିଳ୍ପ ସହ ଜଡିତ ବିଭିନ୍ନ ପ୍ରସଙ୍ଗ, ଗଣଯୋଗାଯୋଗ ଶିକ୍ଷା ଓ ଗଣମାଧ୍ୟମ ସଂସ୍ଥା ସହ ରାଜନୀତିର ସଂପୃ୍କ୍ତି ଆଦି ବିଷୟରେ 4ଟି ସୋପାନ ଆଲୋଚନା ହେବ।

Comments are closed.