Odisha Link
Bridging the Missing Links in Odisha

ମୁମ୍ବାଇରେ ପହଞ୍ଚିଲେ ଡିକେ ଶିବକୁମାର ଓ ଶିବଲିଙ୍ଗା ଗୌଡ଼ା

ମୁମ୍ବାଇ : କର୍ଣ୍ଣାଟକ ରାଜନୀତିର ହାଓ୍ବା ମାୟା ନଗରୀ ମୁମ୍ବାଇରେ ବହିବା ଆରମ୍ଭ କରିଲାଣି। କାହିଁକିନା କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ ଡିକେ ଶିବକୁମାର ଓ ବିଧାୟକ ଶିବଲିଙ୍ଗା ଗୌଡ଼ା ଆଜି(ବୁଧବାର) ମୁମ୍ବାଇରେ ପହଞ୍ଚିଛନ୍ତି । ଉଭୟ ମନ୍ତ୍ରୀ ଓ ବିଧାୟକ କର୍ଣ୍ଣାଟକ କଂଗ୍ରେସରୁ ଇସ୍ତଫା ଦେଇ ମୁମ୍ବାଇର ଏକ ହୋଟେଲରେ ରହୁଥିବା ବିଧାୟକମାନଙ୍କୁ ବୁଝାଇବା ପାଇଁ ମୁମ୍ବାଇ ଗସ୍ତରେ ଆସିଥିବା ଖବର ପ୍ରକାଶ ପାଇଛି। ଅନ୍ୟପକ୍ଷରେ କର୍ଣ୍ଣାଟକର ବିଧାୟକମାନେ ଯେଉଁ ହୋଟେଲରେ ଅବସ୍ଥାପିତ ହୋଇଛନ୍ତି, ସେହି ହୋଟେଲର ବାହାରେ ମୁମ୍ବାଇ ପୁଲିସ ମୁତୟନ ହୋଇଛନ୍ତି ।

ମୁମ୍ବାଇରେ ପହଞ୍ଚିବା ପରେ ମନ୍ତ୍ରୀ ଶିବକୁମାର ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପୁଲିସକୁ ତାଙ୍କ କରିବାକୁ ଦିଆଯାଉ। ଆମେ ଏଠାକୁ ଆମର ବନ୍ଧୁମାନଙ୍କୁ ଭେଟିବାକୁ ଆସିଛୁ। ଅମେ ରାଜନୀତି ପାଇଁ ଜନ୍ମ ନେଇଛୁ । ରାଜନୀତିରେ ହିଁ ଆମର ମୃତ୍ୟୁ ହେବ । ସେମାନେ ଆମର ଦଳର ଲୋକ । ଆମେ ତାଙ୍କୁ ଭେଟିବାକୁ ଆସିଛୁ ବୋଲି କହିଛନ୍ତି । ମୁମ୍ବାଇ ପୁଲିସ କହିଛି, କର୍ଣ୍ଣାଟକ ମନ୍ତ୍ରୀ ଡିକେ ଶିବକୁମାରଙ୍କୁ କଂଗ୍ରେସ-ଜେଡିଏସ ବିଧାୟକ ଥିବା ହୋଟେଲ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ହୋଟେଲ ଗେଟ ସମ୍ମୁଖରେ ତାଙ୍କୁ ଅଟକାଇ ଦିଆଯିବ ବୋଲି ମୁମ୍ବାଇ ପୁଲିସ କହିଛି।

ସୂଚନାଥାଉକି, ପୂର୍ବରୁ କଂଗ୍ରେସ ଓ ଜନତା ଦଳ ସେକ୍ୟୁଲାର (ଜେଡିଏସ) ଏବଂ ୨ ଜଣ ସ୍ୱାଧୀନ ବିଧାୟକ ମୁମ୍ବାଇ ପୋଲିସ କମିଶନରଙ୍କୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି। ଏହି ବିଧାୟକମାନେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏଚଡି କୁମାରସ୍ୱାମୀ ଓ ଡିକେ ଶିବକୁମାର ସେମାନଙ୍କୁ ଆକ୍ରମଣ କରିପାରନ୍ତି। ତେଣୁ ଆମ୍ଭମାନଙ୍କୁ ଭୟ ଲାଗୁଛି। ସେମାନଙ୍କୁ ଆମ୍ଭେମାନେ ରହୁଥିବା ହୋଟଲରେ ପ୍ରବେଶ କରିବାକୁ ଦିଆ ନଯାଉ ବୋଲି ଲେଖଇଛନ୍ତି। ସେଥିପାଇଁ ମୁମ୍ବାଇ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା କର୍ମୀ ମୁତୟନ କରାଯାଇଛି।

Comments are closed.