Odisha Link
Bridging the Missing Links in Odisha

ଓଡ଼ିଶା ମିଡିଆ କନକ୍ଲେଭ : ନୂତନ ସାମ୍ବାଦିକଙ୍କ ଦକ୍ଷତା ପ୍ରସଙ୍ଗରେ ମତ ରଖିଲେ ଅଧ୍ୟାପକ

ଭୁବନେଶ୍ବର : ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ଓଡ଼ିଶା ମିଡିଆ କନକ୍ଲେଭ। ଏହି କନକ୍ଲେଭରେ ମୋଟ ତିନୋଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲା। ଓଡ଼ିଶା ମିଡିଆ କନକ୍ଲେଭର ଦ୍ବିତୀୟ ସୋପାନରେ ସେମାନେ ସତରେ କୁଶଳ ତ? ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏହି ଆଲୋଚନାରେ ବିଜେବି ମହାବିଦ୍ୟାଳୟ ଅଧ୍ୟାପକ ନଳିନ ପାତ୍ର, ଏଏମ୍ଆଇଟିର ଅଧ୍ୟାପକ ତ୍ରିଦେବ ମହାନ୍ତି ଏବଂ ଆଇଏମ୍ଏସର ଅଧ୍ୟାପକ ଉପେନ୍ଦ୍ର ପାଢୀ ଯୋଗ ଦେଇଥିଲେ। ଏହି ପର୍ଯ୍ୟାୟରେ ଗଣମାଧ୍ୟମର ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଅତିଥିମାନେ ସାମ୍ବାଦିକତା ଓ ଗଣମାଧ୍ୟମ ଶିକ୍ଷାର ବ୍ୟବସ୍ଥାର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। କେଉଁ ପ୍ରକାର ଶିକ୍ଷା ପ୍ରଦାନ କଲେ ଉନ୍ନତ ସାମ୍ବାଦିକ ସୃଷ୍ଟି ହୋଇପାରିବେ ସେହି ଉପରେ ନିଜ ନିଜର ମତ ରଖିଥିଲେ। ଦ୍ବିତୀୟ ପର୍ଯ୍ୟାୟର ଅଧିବେଶନକୁ ଆଇଆଇଏମସିର ଅଧ୍ୟାପକ ଜ୍ୟୋତିପ୍ରକାଶ ମହାପାତ୍ର ସୁଚାରୁ ରୂପେ ସଂଚାଳନ କରିଥିଲେ।ପରିଶେଷରେ ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Comments are closed.