Odisha Link
Bridging the Missing Links in Odisha

ଗାନ୍ଧୀ ମଣ୍ଡେଲା ଶାନ୍ତି ପୁରସ୍କାର ପାଇଲେ ଅଚ୍ୟୁତ

ଭୁବନେଶ୍ବର: ୨୦୧୯ ବର୍ଷ ପାଇଁ ଗାନ୍ଧୀ ମଣ୍ଡେଲା ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ଚଳିତବର୍ଷ ଏହି ସମ୍ମାନଜନକ ପୁରସ୍କାର କିଟ୍ ଓ କିସ୍ ର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ପାଇଛନ୍ତି। ଗୁରୁବାର ବିଶ୍ୱମୈତ୍ରୀ ସ୍ଥାପନ କ୍ଷେତ୍ରରେ ଡକ୍ଟର ସାମନ୍ତଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଗାନ୍ଧୀ ଓ ମଣ୍ଡେଲାଙ୍କ ଶାନ୍ତିର ବାର୍ତ୍ତାକୁ ପ୍ରଚାର କରିବା ଉଦ୍ଦେଶ୍ୟରେ ବିଲିଭ ଫାଉଣ୍ଡେସନ, ଡକ୍ଟର ରମଣ ଭାଇ ପଟେଲ ଫାଉଣ୍ଡେସନ, ଆଫ୍ରିକା ରାଇଜିଂ ଫାଉଣ୍ଡେସନ, ସନଡେ ଗାର୍ଡିୟାନ ଫାଉଣ୍ଡେସନ ଓ ଗୋଦରେଜ ପ୍ରମୁଖ ଏହି ପୁରସ୍କାର ପ୍ରତିଷ୍ଠା କରିଛନ୍ତି।

ପୁରସ୍କାର ଗ୍ରହଣ ପରେ ଡକ୍ଟର ସାମନ୍ତ ଟୁଇଟ ଯୋଗେ ଲେଇଛନ୍ତି ଯେ, “ପ୍ରଥମ ଗାନ୍ଧୀ ମଣ୍ଡେଲା ଶାନ୍ତି ପୁରସ୍କାର ଗ୍ରହଣ କରିବା ମୋ ପାଇଁ ଶ୍ରଦ୍ଧା ଓ ସମ୍ମାନର ବିଷୟ ଅଟେ। ଏହି ପୁରସ୍କାରକୁ କ୍ଷୁଧା, ଦାରିଦ୍ର‌୍ୟ ଓ ନିରକ୍ଷରତା ଦୂର କରିବାରେ ମୋର ଲଢେଇରେ ସାଥ ଦେଉଥିବା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛି। ଏଥି ସହିତ ସେ କହିଛନ୍ତି ଯେ ସ୍ୱାଧୀନତା ଓ ଶାନ୍ତି ପାଇବା ପାଇଁ ମହାତ୍ମା ଗାନ୍ଧୀ ଓ ନେଲସନ ମଣ୍ଡେଲା ଶିକ୍ଷା ଉପରେ ଗୁରୁତ୍ତ୍ବ ଦେଇ ଆସୁଥିଲେ। ନେଲସନ ମଣ୍ଡେଲାଙ୍କ ଉକ୍ତିକୁ ଉଦ୍ଧାର କରି ଡକ୍ଟର ସାମନ୍ତ କହିଛନ୍ତି “ଶିକ୍ଷା ହେଉଛି ଏପରି ଶକ୍ତିଶାଳୀ ଅସ୍ତ୍ର ଯାହାଦ୍ୱାରା ତୁମେ ବିଶ୍ୱକୁ ପରିବର୍ତ୍ତନ କରିପାରିବ।

Comments are closed.