ରାସ୍ତାକଡ଼ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ବୌଦ୍ଧ : ବୌଦ୍ଧ ଜିଲା ପୁରୁଣାକଟକ ଥାନା ଦିଗିସରାରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦିଗିସିରା ରାସ୍ତାକଡ଼ରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଲୁଣିବାହାଲ ଗାଁର ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବାବେଳେ ଏକ ଶିଶୁର କାନ୍ଦିବା ସ୍ୱର ଶୁଣିଥିଲେ। ଏହାପରେ ସେ ରାସ୍ତାରୁ ଛୁଆକୁ ଉଦ୍ଧାର କରି ପୁରୁଣାକଟକ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଛୁଆଟି ସୁସ୍ଥ ଥିବା ଜଣାପଡ଼ିଛି। ପୁଲିସ ମେଡ଼ିକାଲରେ ପହଞ୍ଚି ଘଟଣା ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।