Odisha Link
Bridging the Missing Links in Odisha

ବନ୍ଦ ହେବ ଝାରସୁଗୁଡା ଜିଲ୍ଲାର ୧୦୦ ବର୍ଷର ପୁରାତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାର ୧୦୦ ବର୍ଷର ପୁରାତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବନ୍ଦ ହେବାକୁ ଯାଉଛି । ଆଜି ଠାରୁ ଏହି ଡାକ୍ତରଖାନାରେ ନିୟୋଜିତ ସମସ୍ତ ଡାକ୍ତରଙ୍କୁ ପ୍ରତ୍ୟାହାର କରି ନିଆଯିବାକୁ ନୋଟିସ ଲାଗିଛି । ଗତବର୍ଷ ଜାନୁଆରୀ ୪ ତାରିଖରେ ବାଲିଜୋରି ଠାରେ ନିର୍ମିତ ବହୁତମ ପ୍ରାସାଦ ବିଶିଷ୍ଟ ଡାକ୍ତରଖାନାକୁ ବନ୍ଦ ନ କରିବାକୁ ଆନ୍ଦୋଳନ ହୋଇଥିଲା । ସମସ୍ତ ସୁବିଧା ରହିଥିବା ପୁରାତନ ଡାକ୍ତରଖାନାକୁ ବନ୍ଦ ନକରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଥିଲେ । ଦୀର୍ଘଦିନ ର ଆନ୍ଦୋଳନ କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଏହାକୁ ୨୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କରିବାକୁ ଘୋଷଣା କରିଥିଲେ । କିନ୍ତୁ ଗତ ମେ ମାସରେ ପୁରୁଣା ଡାକ୍ତରଖାନାରୁ ଡାକ୍ତର ପ୍ରତ୍ୟାହାର ସହ ସମସ୍ତ ଆସବାବପତ୍ର ସ୍ଥାନାନ୍ତର କରି ଦିଆଯାଇ ଥିଲା । ସେତେବେଳେ ପୁନଃ ଲୋକଙ୍କ ଦ୍ୱାରା ବିରୋଧ କରାଯାଇଥିଲା ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସାମୟିକ ଭାବେ ୫ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇ ସହରାଞ୍ଚଳରେ ସ୍ବାସ୍ଥ୍ୟ ସୁବିଧା ପ୍ରଦାନ କରାଯାଉଥିଲା । କିନ୍ତୁ ଦୁଇ ଦିନ ତଳେ ଡାକ୍ତରଖାନା ପରିସରରେ ଡାକ୍ତର ପ୍ରତ୍ୟାହାର ସମ୍ପର୍କିତ ନୋଟିସ କୁ ବ୍ୟାନର ମାଧ୍ୟମରେ ଲଗାଇବା ପରେ ସହରାଞ୍ଚଳ ରେ ରୋଗୀ ସେବା ବିପର୍ଯ୍ୟସ୍ତ ହେବା ଆଶଙ୍କା କରିବା ସହ ରୋଗୀ ଓ ସମ୍ପର୍କୀୟ ମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

Comments are closed.