Odisha Link
Bridging the Missing Links in Odisha

ରାଜଧାନୀରେ ଓକିଲ ସଂଘର ବିକ୍ଷୋଭ

ଭୁବନେଶ୍ୱର : ବଲାଙ୍ଗୀରେ ହାଇକୋର୍ଟ ସ୍ଥାୟୀ ବେଞ୍ଚେ ପ୍ରତିଷ୍ଟା ଦାବୀରେ ଆଜି ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । କ୍ରିୟାନୁଷ୍ଠାନ କମିଟି ଓ ଓକିଲ ସଂଘ ବିଶାଳ ବିଧାନସଭା ଆଡ଼କୁ ଶୋଭାଯାତ୍ରାରେ ବାହାରିଛନ୍ତି ।
ମିଳିଥିବା ସୂଚନାନୁସାରେ, ଦୀର୍ଘଦିନରୁ ଓକିଲ ସଂଘ ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବୀ କରାଯାଉଥିଲେ ମଧ୍ୟ ଆଜି ଯାଏଁ ସୁଫଳ ମିଳିନାହିଁ । ଆଜି କ୍ରିୟାନୁଷ୍ଠାନ କମିଟି ଓ ଓକିଲ ସଂଘ ପକ୍ଷରୁ ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିରେ ଧାରଣା ଦିଆଯାଇଛି । ଏହା ସହ ମାଷ୍ଟରକ୍ୟାଣ୍ଟିନ ଠାରୁ ବିଧାନସଭା ଆଡ଼କୁ ସଭ୍ୟମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଛନ୍ତି । ଏହା ସହ କମିଟି ସଭ୍ୟମାନେ ସରକାରଙ୍କୁ ସେମାନଙ୍କ ଦାବୀ ମାନିବାକୁ ବାଧ୍ୟ କରିଛନ୍ତି । ଏହି ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ।

Comments are closed.