Odisha Link
Bridging the Missing Links in Odisha

୫୧ ଲକ୍ଷ ଚାଷୀଙ୍କୁ ମିଳିଛି କାଳିଆ ସହାୟତା: କୃଷି ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ମୋଟ ୫୧ ଲକ୍ଷ ୫୨୯୦ ଜଣ ଚାଷୀଙ୍କୁ କାଳିଆ ସହାୟତା ମିଳିଛି । ବିଧାନସଭାରେ ବିଧାୟକ ଚନ୍ଦ୍ରମଣି କହଁରଙ୍କ ପ୍ରଶ୍ନରେ ଉତ୍ତର ରଖି ଏହା କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।
ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ, ୨୦୧୧ ଜନଗଣନାରେ ରାଜ୍ୟରେ ଚାଷୀଙ୍କ ସଂଖ୍ୟା ଥିଲା ୩୨, ୭୯, ୭୬୯ । ୨୦୧୧ ଜନଗଣନା ଅନୁସାରେ ଭୂମିହୀନ କୃଷି ଶ୍ରମିକଙ୍କ ସଂଖ୍ୟା ୨୪, ୨୦, ୫୪୦ । କାଳିଆରେ ୫୭.୧୧ଲକ୍ଷ ଚାଷୀ ଓ ୩୯.୩୦ ଲକ୍ଷ କୃଷି ପରିବାର ଆବେଦନ କରିଥିଲେ । ଏଯାବତ ୫୧ ଲକ୍ଷ ୫୨୯୦ ପିବାରକୁ କାଳିଆ ସହାୟତା ମିଳିଛି । ମୋଟ ୭୫ ଲକ୍ଷ ହିତାଧିକାରୀଙ୍କୁ କାଳିଆ ସହାୟତା ଦେବାକୁ ଯୋଜନା ରହିଥିବା କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

Comments are closed.