Odisha Link
Bridging the Missing Links in Odisha

ଯାତ୍ରା ଡାଇଲଗ୍‌ ମାରନ୍ତି ମହାରଥୀ : ପ୍ରମିଳା ମଲ୍ଲିକ

ଭୁବନେଶ୍ବର : ମହାରଥୀ ବନାମ ମନ୍ତ୍ରୀଙ୍କ ମଧ୍ୟରେ ଲାଗିଥିବା ନିଆଁରେ ଘିଅ ଢ଼ାଳିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଗତକାଲି ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଆକ୍ଷେପ ନେଇ ଆଜି ଗୃହରେ ମହାରଥୀ ରଖିଥିବା ଜବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରମିଳା । ମନ୍ତ୍ରୀଙ୍କ କଥା ତାଙ୍କୁ ବାଧିଥିଲା ବୋଲି ସେ କାଲି ରାତିରୁ କିଛି ଖାଇ ନାହାନ୍ତି ବୋଲି କହିଲେ ମହାରଥୀ । ଏନେଇ ପ୍ରମିଳା କହିଛନ୍ତି କି, “ମହାରଥୀଙ୍କ କହିବା ଷ୍ଟାଇଲ୍ ସେହିଭଳି , ଯାତ୍ରା ପାର୍ଟି ରୋଲ୍ ଭଳି ଡାଇଲଗ୍ ମାରନ୍ତି ମହାରଥୀ । ସେ ଜଣେ ଡାଇବେଟିସ୍ ରୋଗୀ , କଲିଠୁ ଖାଇନାହାନ୍ତି କ’ଣ ଉପାସରେ ବିଧାନସଭା ଆସିଛନ୍ତି କି ବୋଲି କହି କଟାକ୍ଷ କରିଛନ୍ତି ପ୍ରମିଳା ।
ଏପରିକି ତାଙ୍କ ଅଭିମାନ କିଛି ନାହିଁ. ତାଙ୍କର କହିବା ଷ୍ଟାଇଲ୍ ସବୁବେଳେ ଏମିତି ଯାତ୍ରା ପାର୍ଟିର ରୋଲ୍ ଭଳି କହନ୍ତି । ତାଙ୍କ କଥାକୁ ଏତେ ସିରିୟସ ନହେବାକୁ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ପ୍ରମିଳା । ଆଉ ସରକାରଙ୍କ ପ୍ରତି ମହାରଥୀଙ୍କର କୌଣସି ରାଗ କି ଅଭିମାନ ମଧ୍ୟ ନାହିଁ ବୋଲି ସଫେଇ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

Comments are closed.