Odisha Link
Bridging the Missing Links in Odisha

ରାସ୍ତା କଡ଼ରେ ପଡିଥିବା ବ୍ୟାଗରୁ ଦଦ୍ଧାର ହେଲା ନର କଙ୍କାଳ

ସୋର : ବାଲେଶ୍ବର ଜିଲ୍ଲା କୁଲିଙ୍ଗା ପଞ୍ଚାୟତ ଗାଁଜିଆ ଗାଁ ନିକଟରେ ରାସ୍ତା କଡରୁ ମୃତ ମଣିଷର ହାଡ, ମୁଣ୍ଡ ଉଦ୍ଧାର ହୋଇଛି । ଏକ ବ୍ୟାଗରେ ମୃତ ମଣିଷର ହାତ, ଗୋଡ ଏବଂ ମୁଣ୍ଡ ଥିବା ଦେଖିବାକୁ ମିଳିଥିଲା । ଏହି ମୃତ ଶରୀରର କଙ୍କାଳ ଜଣେ ବୟସ୍କ ଲୋକଙ୍କର ବୋଲି ଜଣାପଡିଛି । ତେବେ ବସ୍ତାରେ ଏହି ସ୍ଥାନକୁ କିପରି ଆସିଲା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ଖନ୍ତାପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କାହାକୁ ମାରି ଏଠାରେ ଫିଙ୍ଗିଦିଆଯାଇଥିବା ସନ୍ଦେହ କରାଯାଉଛି ।

Comments are closed.