Odisha Link
Bridging the Missing Links in Odisha

ବାପାର ଶବକୁ କାନ୍ଧରେ ମଶାଣିକୁ ବୋହି ନେଲେ ୩ ଝିଅ

ମାଲକାନଗିରି : ବାପାର ଶବକୁ କାନ୍ଧରେ ବୋହି ବୋହି ମଶାଣି ପର୍ଯ୍ୟନ୍ତ ନେଲେ ତିନି ଝିଅ । ମୁଖାଗ୍ନି ଠାରୁ ଆରମ୍ଭ କରି ସମସ୍ତ କ୍ରିୟା କର୍ମ ମଧ୍ୟ କରିଛନ୍ତି ୩ ଝିଅ ।
ହେଲେ ଗତକାଲି ତାଙ୍କର ମୃତ୍ୟୁ ହେବା ପରେ ଶବକୁ କାନ୍ଧେଇ ଥିଲେ ତିନି ଝିଅ ସଶ୍ମିତା, ସଙ୍ଗିତା, ସମିତା ପଟ୍ଟନାୟକ । ହିନ୍ଦୁ ଧର୍ମରେ ବାପା ମାଆଙ୍କ ମୃତ୍ୟୁ ପରେ ପୁଅର ଅନେର ଦାୟିତ୍ବ ଥାଏ । ଶେଷ ସମୟରେ ମୁହଁରେ ମୁନ୍ଦାଏ ପାଣି ଦେବା ସହ ମୁଖାଗ୍ନ୍ନି ଓ ପିଣ୍ଡଦାନ ପରି ପୁଅର ଅନେକ ଗୁରୁଦାୟିତ୍ବ ରହିଛି ।ହେଲେ ନିଜର ପୁଅ ନଥିବା ସୁଶାନ୍ତ ପଟ୍ଟନାୟକଙ୍କ କ୍ଷେତ୍ରରେ କିନ୍ତୁ କିଛି ଅଲଗା ଦେଖିବାକୁ ମିଳିଛି । ଝିଅ ମାନେ ବାପାଙ୍କ ସବୁ କ୍ରିୟା କର୍ମ କରି ସମାଜରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

Comments are closed.