Odisha Link
Bridging the Missing Links in Odisha

କୁନି ଝିଅ ପାଇଁ ରକ୍ତ ଦେଲେ ଯାଜପୁର ବିଧାୟକ

ଯାଜପୁର: ଆଜି ପାଟକୁରା ନିର୍ବାଚନ। ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ। ସମସ୍ତଙ୍କ ନଜର ଏବେ ପାଟକୁରା ଉପରେ ଥିବା ବେଳେ ଏକ ମହତ କାର୍ଯ୍ୟ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ଏକ ୭ ବର୍ଷର କୁନି ଝିଅକୁ ରକ୍ତ ଦେଇ ବଞ୍ଚେଇଛନ୍ତି ବିଧାୟକ। ଯାଜପୁର ଆଙ୍କୁଲା ଗ୍ରାମର ବର୍ଷା ମଲ୍ଲିକ ନାମକ ଏକ ୭ ବର୍ଷର ଝିଅ ଥାଲସେମିଆ ରୋଗରେ ପୀଡ଼ିତ ଥବା ଖବର ପାଇଥିଲେ ପ୍ରଣବ ପ୍ରକାଶ ଦାସ। ଖବର ପାଇବା ପରେ ସେହି ସହି ଝିଅକୁ ଦେଖା କରିବାକୁ ଡାକ୍ତରଖାନା ଯାଇଥିଲେ ପ୍ରଣବ। ଡାକ୍ତରଙ୍କ ସହ କୁନି ଝିଅର ସ୍ବାସ୍ଥ୍ୟ ବିଷୟରେ ବୁଝିଥିଲେ। କୁନି ଝିଅକୁ ମାସିକ ୨ ୟୁନିଟ୍‌ ରକ୍ତ ଦରକାର ବୋଲି କହିଥିଲେ ଡାକ୍ତର। ଏହାଶୁଣି ପ୍ରଣବ ନିଜେ କୁନି ଝିଅକୁ ରକ୍ତ ଦେବାକୁ ଆଗ୍ରହ ଦେଖାଇଥିଲେ ଏବଂ ରକ୍ତ ଦାନ ମଧ୍ୟ କରିଥିଲେ। କୁନି ଝିଅର ଚିକିତ୍ସାରେ ଯେଭଳି କିଛି ବିଭ୍ରାଟ ନରୁହେ ସେଥିପ୍ରତି ଧ୍ୟାନ ଦେବାକୁ ଡାକ୍ତରଙ୍କୁ ବିଧାୟକ କହିଥିଲେ।

ଏଥି ସହିତ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ‘କୁନି ଝିଅଟିର ଜୀବନ ବଞ୍ଚେଇ ରଖିବାକୁ ପ୍ରତିମାସ ଦୁଇ ୟୁନିଟ ରକ୍ତ (O+ve) ଆବଶ୍ୟକ ପଡ଼ୁଛି। ସେଥିପାଇଁ ମୁଁ ଆଜି ରକ୍ତଦାନ କରି ଅତ୍ୟନ୍ତ ଆୱେସମ୍ ଫିଲ୍ କରିବା ସହିତ ବହୁତ ଆତ୍ମସନ୍ତୋଷ ଲାଭ କରିଛି। ଏବଂ ଆପଣ ମାନଙ୍କୁ ମଧ୍ୟ ଅନୁରୋଧ କରୁଛି ଶିଶୁକନ୍ୟାଟି ପ୍ରତି ଦୟାଶୀଳ ହୋଇ ଆପଣ ବି ଗୋଟେ ୟୁନିଟ ରକ୍ତଦାନ କରନ୍ତୁ ବୋଲି ପ୍ରଣବ ପ୍ରକାଶ ଦାସ କହିଛନ୍ତି।’

ଏଭଳି ମହତ କାର୍ଯ୍ୟପାଇଁ ପ୍ରଣବ ପ୍ରକାଶ ଦାସ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। କେବଳ ନିର୍ବାଚନ ପୂର୍ବରୁ ନୁହେଁ ନିର୍ବାଚନ ପରେ ମଧ୍ୟ ପ୍ରଣବ ପ୍ରକାଶ ଦାସ ଜନତାଙ୍କ ସୁଖ ଦୁଃଖର ସାଥି ହୋଇ ରହିଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି।

Comments are closed.