Odisha Link
Bridging the Missing Links in Odisha

ଚୁନାର ଗେଷ୍ଟ ହାଉସରେ ରାତି କାଟିଲେ ପ୍ରିୟଙ୍କା, ମୃତକଙ୍କ ପରିବାରକୁ ଭେଟିବାକୁ ଜିଦରେ ଅଟଳ

ଉତ୍ତର ପ୍ରଦେଶ: ଜୋର ଧରିଛି ସୋନଭଦ୍ର ହତ୍ୟାକାଣ୍ଡ ମାମଲାକୁ ନେଇ ରାଜନୀତି। ନିଜ ଜିଦରେ ଅଟଳ ରହି ଚୁନାର ଗେଷ୍ଟ ହାଉସରେ ରାତି କାଟିଲେ ପ୍ରିୟଙ୍କା। ଗେଷ୍ଟ ହାଉସରେ ସାରା ରାତି ବିନା ବିଜୁଳିରେ ଗେଷ୍ଟ ହାଉସରେ ଧାରଣା ଦେଇଛନ୍ତି ପ୍ରିୟଙ୍କା। ହତ୍ୟାକାଣ୍ଡ ପରେ ସାରା ସୋନଭଦ୍ର ଅଂଚଳରେ ଲାଗି ରହିଛି ଉତ୍ତେଜନା। ଏପରି ସ୍ଥିତିରେ ଗତକାଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ମୃତକଙ୍କ ପରିବାରକୁ ସାକ୍ଷାତ କରିବାକୁ ସମର୍ଥକଙ୍କ ସହ ବାହାରିଥିଲେ। ହେଲେ ମିର୍ଜାପୁର ଯିବା ବେଳେ ନାରାୟଣପୁର ପୋଲିସ ଷ୍ଟେସନ ନିକଟରେ ପ୍ରିୟଙ୍କାଙ୍କ ଗାଡି ଅଟକାଇଥିଲା ପୁଲିସ।

ଫଳରେ ଧାରଣାରେ ବସିଥିଲେ ପ୍ରିୟଙ୍କା। ଫଳରେ ଅନ୍ୟ ଉପାୟ ନପାଇ ପୋଲିସ ତାଙ୍କୁ ଉଠାଇ ଗେଷ୍ଟ ହାଉସରେ ଅଟକ ରଖି ଥିଲା। ପୁଲିସ ନଜରରେ ଥିବା ପ୍ରିୟଙ୍କାଙ୍କ ସାରା ରାତି କଟିଛି ଚୁନାର ଗେଷ୍ଟ ହାଉସରେ। ପ୍ରିୟଙ୍କା ଗେଷ୍ଟ ହାଉସ ଭିତରେ ଅଟକ ଥିବା ବେଳେ , ଗେଷ୍ଟ ହାଉସ ବାହାରେ ଦେଖିବାକୁ ମିଳିଥିଲା କଂଗ୍ରେସ ନେତା ଓ କର୍ମୀଙ୍କ ଭିଡ। ସେମାନେ ମଧ୍ୟ ରାତି କଟାଇଥିଲେ ବାହାରେ। ହତ୍ୟାକାଣ୍ଡରେ ମୃତକଙ୍କ ପରିବାରକୁ ଭେଟିବାକୁ ଯିବାକୁ ଦିଆନ ଯିବାକୁ ସମାଲୋଚନା କରିଛି କଂଗ୍ରେସ । ୟୁପିରେ ବିଜେପିର ଏହା ଗୁଣ୍ଡାରାଜ ବୋଲି କଂଗ୍ରେସ କହିଛି।

Comments are closed.