Odisha Link
Bridging the Missing Links in Odisha

ବସ୍ ପଛକୁ ଧକ୍କା ଦେଲା ବାଇକ୍

ପାଟଣା : କେନ୍ଦୁଝର ଜିଲ୍ଲା ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା ଥାନା ଦକ୍ଷିଣପଶି ଛକ ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ପୂଜାରିଣୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ପଛକୁ ଏକ ବାଇକ୍ ଧକ୍କା ଦେବା ଫଳରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତରମାନେ ହେଲେ ସାହାରପଡ଼ା ବ୍ଲକ ଗଣ୍ଡବେଡ଼ା ଗ୍ରାମର ଲିଙ୍ଗରାଜ ନାଏକ ଓ ଜୟଦେବ ନାଏକ।
ମିଳିଥିବା ସୂଚନା ଅନୁସାରେ, ଉଭୟ ଏକ ବାଇକ୍ ଯୋଗେ ପାଟଣା ଅଭିମୁଖେ ଯାଉଥିବା ସମୟରେ ଦକ୍ଷିଣପଶି ଛକ ନିକଟରେ ବସଟି ଯାତ୍ରୀ ଓହ୍ଲାଇବା ପାଇଁ ଠିଆ ହୋଇଥିଲା। ଠିକ୍‌ ଏତିକି ବେଳେ ବାଇକଟି ବସ୍ ପଛରେ ଧକ୍କା ଦେଇଥିଲା।