Odisha Link
Bridging the Missing Links in Odisha

ପାଳଭୁତ ଭିତରେ ବୋମା ରଖି ସିଆରପିଏଫ୍‌ କ୍ୟାମ୍ପ ଉଡାଇବାକୁ ଯୋଜନା କରିଥିଲେ ନକ୍ସଲ

ମାଲକାନାଗିରି : ନକ୍ସଲ ଆକ୍ରମଣର ନୂଆ ତରିକା । ପାଳଭୂତ ଭିତରେ ବୋମା ରଖି ସିଆରପିଏଫ୍ କ୍ୟାମ୍ପ ଉଡାଇବାକୁ ଯୋଜନା କରୁଛନ୍ତି ମାଓବାଦୀ । ଏହାର ସୁରାକ ପାଇବା ପରେ ବୋମା ଜବତ କରି ନିଷ୍କ୍ରିୟ କରିଛନ୍ତି ସିଆରପିଏଫ ଯବାନ ।
ମାଓବାଦୀଙ୍କ ନୂଆ ରଣନୀତି । ଯବାନଙ୍କୁ ଟାର୍ଗେଟ କରି କ୍ୟାମ୍ପ ନିକଟରେ ଦୁଇଟି ପାଳଭୁତ ଛିଡା କରି ତଳେ ଶକ୍ତିଶାଳୀ ଲ୍ୟାଣ୍ଡମାଇନ ଖଞ୍ଜି ଥିଲେ ମାଓବାଦୀ । ଯବାନ କିମ୍ବା ଯେ କେହି ଏହି ଲ୍ୟାଣ୍ଡମାଇନରେ ହାତ ଲଗାଇବା ମାତ୍ରକେ ମୃତ୍ୟୁ ସୁନିଶ୍ଚିତ ହୋଇଥାନ୍ତା ।ତେବେ ଯବାନଙ୍କ ପାଇଁ ଲାଲବାହୀନ ପ୍ରସ୍ତୁତ କରିଥିବା ଏହି ମୃତ୍ୟୁର ଜାଲକୁ ନିଷ୍କ୍ରିୟ କରିଦେଇଛନ୍ତି ସିଆଇରପିଏଫ୍ । ଯବାନ ମାନେ ବୋମା ଖଞ୍ଜା ଯାଇଥିବା ଏହି ପାଳଭୁତ ଦେହରୁ ବୋମା ଉଦ୍ଧାର କରି ତାକୁ ନିଷ୍କ୍ରିୟ କରିଦେଇଛନ୍ତି । ତେବେ ଛତିଶଗଡ ଦାନ୍ତେବାଡାର କୋଣ୍ଡାବାଲସାରେ ଏହି ଘଟଣା ଘଟିଥିବା ବେଳେ ସାଧାରଣତଃ ଏମିତି ମରଣଯନ୍ତାର ଶିକାର ହୋଇ ସାଧାରଣ ଲୋକେ ପ୍ରାଣ ହରାଇଥିବା ନେଇ ଅନେକ ନଜିର ରହିଛି ।

Comments are closed.