Odisha Link
Bridging the Missing Links in Odisha

ଅଡୁଆରେ ବି.ଇ.ଡି ଛାତ୍ରଛାତ୍ରୀ; ପରୁଣ କରିପାରୁ ନାହାନ୍ତି ଓଟିଇଟି ଫର୍ମ

କଟକ: ଓ.ଟି.ଇ.ଟି ପାଇଁ ଅନ୍‌ଲାଇନରେ ଏବେ ଫର୍ମ ଫିଲପ୍‌ ଚାଲିଛି। ତେବେ ସ୍ପେଶାଲ ବି.ଇ.ଡି ଛାତ୍ରଛାତ୍ରୀ ଏହି ଫର୍ମପୂରଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାହିଁକି ନା ଫର୍ମପୂରଣ ସମୟରେ ସ୍ପେଶାଲ ବି.ଇ.ଡି ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍‌ରେ କୌଣସି ଅପସନ୍ ନାହିଁ। ଫଳରେ ଛାତ୍ରଛାତ୍ରୀଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଅନ୍ୟପକ୍ଷରେ ଏହି ସମସ୍ୟାର ସମାଧାନ ଲାଗି ଛାତ୍ରଛାତ୍ରୀମାନେ ଗତକାଲି ବୋର୍ଡ଼ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରିଥିଲେ। ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ। ଏଥିସହ ସମସ୍ତ ସ୍ପେଶାଲ ବି.ଇ.ଡି ଛାତ୍ରଛାତ୍ରୀ ଧାରଣାରେ ବସିବେ ବୋଲି ଛାତ୍ରଛାତ୍ରୀ ବୋର୍ଡ କର୍ତ୍ତୃପକ୍ଷଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।

Comments are closed.