Odisha Link
Bridging the Missing Links in Odisha

ନୟାଗଡ଼: ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କଲେ ସ୍ୱାମୀ

ନୟାଗଡ଼: ମୋବାଇଲରୁ ମୋବାଇଲକୁ ବୁଲୁଛି ଶିକ୍ଷୟତ୍ରୀଙ୍କ ନଗ୍ନ ଭିଡିଓ। ବେଡ ରୁମର ଅଶ୍ଳୀଳ ଭିଡ଼ିଓ ଏବଂ ଫୋଟୋ ହୋଇଛି ଭାଇରାଲ। ନୟାଗଡ଼ରୁ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶିକ୍ଷୟତ୍ରୀ ଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ କରିଛନ୍ତି ତାଙ୍କ ସ୍ୱାମୀ। ଏନେଇ ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ଶିକ୍ଷୟତ୍ରୀ। ଅଭିଯୋଗ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳର ଜଣେ ଯୁବତୀ ଗତ ୨୦୧୭ ମସିହାରେ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଞ୍ଚଳର ର ଜଣେ ଯୁବକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ୧୧ ମାସର ଏକ ଶିଶୁ ପୁତ୍ର ମଧ୍ୟ ରହିଛି। ସେ ନୟାଗଡ଼ ଜିଲ୍ଲାର ଏକ ଆଶ୍ରମ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି।

ଅଭିଯୋଗ ଅନୁସାରେ ପୀଡ଼ିତା ଶିକ୍ଷୟତ୍ରୀଙ୍କୁ ତାଙ୍କ ସ୍ୱାମୀ ଏବଂ ଶାଶୁଘର ଲୋକେ ଅନେକ ଥର ଅଧିକ ଯୌତୁକ ଦାବିକରି ମାଡ଼ ମାରିବା ସହ ନିର୍ଯ୍ୟାତନା ଦେଇଆସୁଥିଲେ। ତେବେ ଗତ ସପ୍ତାହରେ ନିର୍ଯାତନା ଅସହ୍ୟ ହେବାରୁ ପୀଡ଼ିତା ଶିକ୍ଷୟତ୍ରୀ ଜଣକ ନିଜ ବାପ ଘରେ ରହି ଆସୁଥିଲେ। ମାତ୍ର ତାଙ୍କ ସ୍ୱାମୀ ଶିକ୍ଷୟତ୍ରୀଙ୍କୁ ବେଡ୍ ରୁମର ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲେ। ଏନେଇ ଶିକ୍ଷୟତ୍ରୀ ଜଣକ ଗତ ୩ ଦିନ ତଳେ ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏହାକୁ ଗୁରୁତ୍ୱ ଦେଇ ନ ଥିବା ଅଭିଯୋଗ କରିଛନ୍ତି ପୀଡ଼ିତା। ତେବେ ପୋଲିସ ଏପରି ଏକ ସମ୍ବେଦନଶୀଳ ଘଟଣା କୁ ଅଭିଯୋଗ ମାତ୍ରେ ତତ୍କାଳ ପଦକ୍ଷେପ ନେଇଥିଲେ ଏପରି ଘଟଣା ଘଟି ନ ଥାନ୍ତା ବୋଲି କହିଛନ୍ତି ପୀଡ଼ିତା। ତେବେ ଶିକ୍ଷୟତ୍ରୀଙ୍କ ସ୍ୱାମୀ ସମସ୍ତ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଓ ହ୍ୱାଟ୍ସଆପ୍ ଗ୍ରୁପରେ ଛାଡ଼ି ଭାଇରାଲ କରିଦେଇଛନ୍ତି। ଏନେଇ ପୀଡ଼ିତା ଜଣକ ଅଭିଯୋଗ କରିବାରୁ ନୂଆଗାଁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କହିଛନ୍ତି ନୂଆଗାଁ ଥାନା ଅଧିକାରୀ।

Comments are closed.