ଆନ୍ଦୋଳନକାରୀ-ବିଏସ୍ଏଫ୍ ଯବାନ ମୁହାଁମୁହିଁ

ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡାରେ ସ୍ଥାନୀୟ ଲୋକେ ଓ ବିଏସ୍ଏଫ୍ ଯବାନ ମୁହାଁମୁହିଁ ହୋଇଛନ୍ତି। ବିଭିନ୍ନ ଦାବିକୁ ନେଇ ଆଜି ସକାଳେ ସ୍ଥାନୀୟ ଲୋକେ ୧୨ ଘଣ୍ଟିଆ ଚିତ୍ରକୋଣ୍ଡା ବନ୍ଦ ପାଳନ କରୁଥିଲେ। ଏହି ସମୟରେ ବିଏସ୍ଏଫ୍ ଯବାନମାନେ ଆସି ଆନ୍ଦୋଳନକାରୀଙ୍କୁ ଲାଠି ମାଡ଼ କରିବା ସହ ଧମକ ଦେଇଥିଲେ।
ଏପରିକି ସେଠାରେ ଉପସ୍ଥିତ ଥିବା ସାମ୍ବାଦିକଙ୍କ ସହ ମଧ୍ୟ ଯବାନମାନେ ଦୁର୍ବ୍ୟବହାର କରିଥିଲେ। ତେବେ କିଛି ସମୟ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ବନ୍ଦ ପାଳନ ଜାରି ରହିଛନ୍ତି।
Comments are closed.