Odisha Link
Bridging the Missing Links in Odisha

ଇଲେକ୍ଟ୍ରି ସବ୍-ଷ୍ଟେସନରେ ଇଲେକ୍ଟ୍ରିସିଆନଙ୍କ ମୃତ୍ୟୁ

ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ନାକଗି ୩୩କେଭି ସବଷ୍ଟେସନରେ କାର୍ଯ୍ୟରତ ଜଣେ ଇଲେକ୍ଟ୍ରିସିଆନଙ୍କ ମୃତ୍ୟୁ ହୋଇଛି। ମୃତ ଇଲେକ୍ଟ୍ରିସିଆନଙ୍କ ନାଁ ପହିଲି ମହାପାତ୍ର। ଆଜି ସେ କାମ କରିବାପାଇଁ ସକାଳ ୮ଟାରେ ସବ-ଷ୍ଟେସନରେ ପହଞ୍ଚିଥିଲେ। ହେଲେ ତଳେ ପଡିଥିବା ଟାଇଲରେ ଗୋଡ ଖସିଯିବାରୁ ସେ ପଡିଯାଇଥିଲେ। ଏଥିରେ ଆଘାତ ପ୍ରାପ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସବଷ୍ଟେସନର ଅନ୍ୟ କର୍ମଚାରୀମାନେ କହିଚନ୍ତି ।
ତେବେ ତାଙ୍କ ପରିବାର ଏହାକୁ ଗ୍ରହଣ କରୁନାହାନ୍ତି । ମୃତ ପହିଲିଙ୍କ ଘର ଅନୁଗୁଳ ଚେଳିଆପଡାରେ । ତେବେ ସମ୍ପୂର୍ଣ୍ଣ ପରିବାର ବଇଣ୍ଡାରେ ରହୁଛନ୍ତି । ପହିଲିଙ୍କ ମୃତ୍ୟୁ ଖବର ଶୁଣିବାପରେ ପରିବାର ଲୋକ ଆସି ଘଟଣାସ୍ଥଳରେ ପହଂଚିଛନ୍ତି । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଂଚି ଶବ ବ୍ୟବଚ୍ଛେଦ କରିବା ବ୍ୟବସ୍ଥା କରିଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।

Comments are closed.