Odisha Link
Bridging the Missing Links in Odisha

ସୁକୁମାରେ ଏନକାଉଣ୍ଟର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ମାଓବାଦୀ ନିହତ ହୋଇଛନ୍ତି।
ସୂଚନା ଅନୁସାରେ, ସୁକୁମା ଜିଲ୍ଲାରେ ଭାଜି ଅଞ୍ଚଳରେ ମାଓବାଦୀଙ୍କ ଏକ ବୈଠକ ଚାଲିଥିବା ଖବର ମିଳିଥିଲା। ଏହା ପରେ ଏସଟିଏଫ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ସେଠାରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଘଟଣା ସ୍ଥଳରୁ ପୁଲିସ ବନ୍ଧୁକ ଏବଂ ବିସ୍ଫୋରକ ଜବତ କରିଥିବାବେଳେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି।

Comments are closed.