Odisha Link
Bridging the Missing Links in Odisha

ପୁଣି ଲଜ୍ଜା : ସୁନ୍ଦରଗଡ଼ରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

 ସୁନ୍ଦରଗଡ : ସୁନ୍ଦରଗଡରେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ହରବାଲି ବସ୍ତି ଅଞ୍ଚଳର ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ଗତ ୮ ତାରିଖରେ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ପରିବାର ଲୋକେ । ଗଣଦୁଷ୍କର୍ମର ଭିଡିଓ ଭାଇରାଲ୍ ପରେ ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ୫ ରୁ ୭ ଜଣଙ୍କର ସମ୍ପୃକ୍ତି ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
ଗତକାଲି ମଧ୍ୟ ରାଉରକେଲାର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆସିଥିଲା । ସୁନ୍ଦରଗଡ଼ ହେମଗିରି ଥାନା ଗୋପାଳପୁର ଗାଁ କଲୋନୀପଡାର ଘଟିଥିଲା ଏଭଳି ଘଟଣା । ଗତ ଶନିବାର ଦିନ ସକାଳ ୧୦ଟାରେ ଗାଁ ନିକଟ ନାଳକୁ ଯାଇଥିବା ଝିଅଟି ନିଖୋଜ ହୋଇଯାଇଥିଲା । ଗାଁ ନିକଟ ଜଙ୍ଗଲରୁ ମିଳିଥିଲା ନାବଳିକାର ଶବ । ପୋଲିସର ପ୍ରାଥମିକ ତଦନ୍ତ ପରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ସେପଟେ ରାଜଗାଙ୍ଗପୁରରେ ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ ଆସିଥିଲା । ପୋଲିସ ଜଣଙ୍କୁ ଅଟକ ରଖିଛି । ବାରମ୍ବାର ଏଭଳି ଘଟଣା ଘଟୁଥିବାବେଳେ ପୋଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Comments are closed.