କଂଗ୍ରେସକୁ ଶକ୍ତ ଝଟକା

ନୂଆଦିଲ୍ଲୀ: ଗତକାଲି କର୍ଣ୍ଣାଟକରେ କଂଗ୍ରେସ-ଜେଡ଼ିଏସ୍ ମେଣ୍ଟ ସରକାର ଆସ୍ଥା ଭୋଟ ହାରି ଯାଇଛି। କହିବାକୁ ଗଲେ କୁମାରସ୍ବାମୀ ସରକାରଙ୍କୁ ଯେତିକି କ୍ଷତି ହୋଇଛି ତା ଠାରୁ ଅଧିକ କ୍ଷତି କଂଗ୍ରେସକୁ ହୋଇଛି। କାରଣ କଂଗ୍ରେସ ହାତରୁ ଆଉ ଗୋଟିଏ ରାଜ୍ୟ ଖସିଛି। ଚଳିତ ବର୍ଷ ହୋଇଥିବା ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିଲା। ଏବେ କର୍ଣ୍ଣାଟକା କଂଗ୍ରେସ ହାତରୁ ଖସିଯିବା ଦଳ ପାଇଁ ଶକ୍ତ ଧକ୍କା ହୋଇଛି। ଏବେ ଦେଶର ୪ ରାଜ୍ୟ ଯଥା ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପୁଡ଼ୁଚେରୀରେ କଂଗ୍ରେସ ଶାସନାଧୀନ ସରକାର ରହିଛି। ଅପରପକ୍ଷେ କେନ୍ଦ୍ରରେ କ୍ଷମତାସୀନ ବିଜେପି ଦେଶର ୧୬ଟି ରାଜ୍ୟରେ କ୍ଷମତାରେ ରହିଛି।