Odisha Link
Bridging the Missing Links in Odisha

କୋଇଲା ଖଣିରେ ମାଟି ଧସିବା ଘଟଣା : ଆଜି ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ : ତାଳଚେର ଭରତପୁର କୋଇଲା ଖଣିରେ ମାଟି ଦବିବା ଘଟଣାରେ ଆଜି ତୃତୀୟ ଦିନରେ ମଧ୍ୟ ପୁଣି ଥରେ ରେସକ୍ୟୁ ଅପରେସନ ସକାଳୁ ଆରମ୍ଭ ହୋଇଛି। ଆଜି ଆଉ ଏକ ମୃତଦେହ ଉଦ୍ଧାର କରାଯାଇଛି । ଏହାକୁ ମିଶାଇ ୨ଟି ମୃତଦେହ ଉଦ୍ଧାର କରାଯାଇଛି । ଏବେ ବି ଆହୁରି ୨ରୁ ୩ ଜଣ ଶ୍ରମିକ ମାଟିତଳେ ଫଶି ରହିଥିବା ଅନୁମାନ କରାଯାଉଛି । ୩୦ଜଣିଆ ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ତାଙ୍କ ସହିତ ମାଇନ୍ସ ରେସକ୍ୟୁ ଟିମ ମଧ୍ୟ ସାମିଲ ଅଛନ୍ତି । ତେବେ ବର୍ଷା ହେଲେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ । ଗତକାଲି ବର୍ଷା ଯୋଗୁଁ ୪ଘଣ୍ଟା ଉଦ୍ଧାର କାର୍ଯ୍ୟ ବନ୍ଦ ଥିଲା ।
ତେବେ ତାଳଚେର ବିଧାୟକ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି । ସେପଟେ ଖଣି ସୁରକ୍ଷା ଦାବି ନେଇ ବିଜେପି କର୍ମୀମାନେ ତାଳଚେରର ସମସ୍ତ ଖଣିକୁ ବନ୍ଦ କରିଛନ୍ତି । କଂଗ୍ରେସ ମଧ୍ୟ ସମାନ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି । ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଖଣିବନ୍ଦ ଯୋଗୁଁ ଉତ୍ପାଦନ ଓ ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

Comments are closed.