Odisha Link
Bridging the Missing Links in Odisha

ସାଇକୋ କିଲରକୁ ଧରିବା ପାଇଁ ରାତି ତମାମ ପଇଁତରା ମାରୁଛି ପୋଲିସ

ଭୁବନେଶ୍ବର : କଟକରେ ସାଇକୋ କିଲର୍ ତିନି ଜଣଙ୍କୁ ହତ୍ୟା କରିବା ଘଟଣା ପରେ ରାଜଧାନୀରେ ବି ଆତଙ୍କ ଖେଳି ଯାଇଛି । କମିଶନରେଟ୍ ପୁଲିସ ଏହାକୁ ଗୁଜବ ବୋଲି କହିଛି ଏବଂ ନେଇ ଭୟଭୀତ ନ ହେବାକୁ ଅନୁରୋଧ କରିଛି। ଏହି ସାଇକୋ କିଲରକୁ ଧରିବା ପାଇଁ ପୁଲିସ କଟକ ସହର ସାରା କଡ଼ା ପ୍ରହରା ବ୍ୟବସ୍ଥା କରିଛି। ପାଞ୍ଚ ପ୍ଲାଟୁନ୍ ପୁଲିସ ମୁତୟନ କରି ଜାଲ ବିଛାଇଛି । ଭୁବନେଶ୍ବରେର ମଧ୍ୟ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ରାଜଧାନୀର ବିଭିନ୍ନ ଅଞ୍ଚଳରେ କମିସନରେଟ ପୋଲିସ ପକ୍ଷରୁ କଡାକଡି ପାଟ୍ରୋଲିଂ କରାଯାଇଛି । ଇନଫୋସିଟି, ପଟିଆ, ଚନ୍ଦ୍ରଶେଖରପୁର, ଖାରବେଳନଗର, ମଞ୍ଚେଶ୍ବର, ଖଣ୍ଡଗିରି, ଲିଙ୍ଗରାଜ, ରସୁଲଗଡ ଓ ବଡଗଡ ଥାନା ଅଞ୍ଚଳରେ ବ୍ୟାପକ ବ୍ଲକିଂ ଓ ଚେକିଂ କରାଯାଇଛି ।
ରାଜଧାନୀ ମଧ୍ୟକୁ ଆସୁଥିବା ୨ ଚକିଆ ଓ ୪ ଚକିଆ ଯାନ ଓ ସହର ମଧ୍ୟକୁ ବାହାରକୁ ଯାଉଥିବା ଗାଡି ଗୁଡିକର ତନତନ କରି ଯାଞ୍ଚ କରିଛି ପୋଲିସ । ଗତ ୪ ଦିନ ତଳେ ଖଣ୍ଡଗିରି ଥାନା ନିକଟରେ ଜଣେ ଯୁବକଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରି ଫୋପାଡି ଦେବା ଘଟଣା ପରେ ଆକ୍ସନ ମୋଡକୁ ଆସିଛି କମିଶନରେଟ ପୋଲିସ । ଗୁରୁବାର ରାତି ୧୧ଟାରେ ନିଜେ ପୋଲିସ କମିଶନର ଭରତପୁର, କଳିଙ୍ଗ ବିହାର, କଳିଙ୍ଗ ଷ୍ଟୁଡିଓ ଛକ, ଏୟାର ଫିଲ୍ଡ ଥାନା ଅଞ୍ଚଳ ଅଚାନକ ପରିଦର୍ଶନ କରିଛନ୍ତି । ଏହାସହ ମର୍ଡନ କଣ୍ଟ୍ରୋଲ ରୁମ୍ କୁ ମଧ୍ୟ ତଦାରଖ କରିଛନ୍ତି ।

Comments are closed.