Odisha Link
Bridging the Missing Links in Odisha

ବଦଳିବ ଟେଷ୍ଟ କ୍ରିକେଟର ଜର୍ସି

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍‌ ୨୦୧୯ ସମାପ୍ତ ହୋଇ ସାରିଲାଣି। ଏବେ ବିଶ୍ବ ଟେଷ୍ଟ ଚାମ୍ପିଆନସିପର ପ୍ରସ୍ତୁତି ଜୋରଶୋର ଚାଲିଛି। ୨୦୧୩ ଓ ୨୦୧୭ରେ ହେବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିଆନସିପକୁ ରଦ୍ଦ କରାଦେଇ ଯାଇଥିଲା। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ଆସେସ୍‌ ସିରିଜରୁ ଏହି ଟେଷ୍ଟ ଚାମ୍ପିଆନସିପ୍‌ ଆରମ୍ଭ ହେବ ବୋଲି ସୂଚନା ରହିଛି। ଏଥି ସହିତ ଟେଷ୍ଟ କ୍ରିକେଟରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ଚାମ୍ପିଆନସିପରେ ଟେଷ୍ଟ କ୍ରିକେଟର ଜର୍ସିି ବଦଳିବ ଏବଂ ଏହାକୁ ଅନୁମତି ଦେଇ ସାରିଛି ଆଇସିସି। ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଧଳା ରଙ୍ଗର ଜର୍ସିରେ ଖେଳାଳିଙ୍କ ନାମ ସହିତ ନମ୍ବର ଦେଖିବାକୁ ମିଳିବ। ଏହା ପୂର୍ବରୁ କେବଳ ଦିନିକିଆ ଏବଂ ଟି-୨୦ ଜର୍ସିରେ ଖେଳାଳିଙ୍କ ନାମ ଓ ଜର୍ସି ନମ୍ବର ଦେଖିବାକୁ ମିଳୁଥିଲା। ଏବେ ଟେଷ୍ଟ କ୍ରିକେଟରେ ମଧ୍ୟ ଦେଖିବାକୁ ମିଳିବ।

ଆଇସିସିର ଏହି ନିୟମ ଲାଗୁ ହେବା ଫଳରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ଟେଷ୍ଟ ମ୍ୟାଚରେ ଖେଳାଳି ମାନେ ତାଙ୍କ ନାମ ଓ ଜର୍ସି ନମ୍ବର ଥିବା ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ। ଆଇସିସି ତାର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଖେଳାଳିଙ୍କ ନାମ ସହିତ ଜର୍ସି ନମ୍ବର ଥିବା ଜର୍ସିର ଫଟୋ ଶେୟାର କରିଛି। ଯେଉଥିରିକେ ଇଂଲଣ୍ଡ ଖେଳାଳି ଜୋଏ ରୁଟ୍, ମୋଇନ୍‌ ଅଲ୍ଲୀ ଓ ଷ୍ଟୁଆର୍ଡ଼ ବୋର୍ଡ଼ଙ୍କ ଜର୍ସିରେ ତାଙ୍କ ନାମ ଏବଂ ଜର୍ସି ନମ୍ବର ଲେଖିଥିବାର ଦେଖିବାକୁଚ ମିଳିଛି। ଏଥିସହିତ ଏହା ଠିକ୍‌ କି ଭୁଲ ବୋଲି ଆଇସିସି ପ୍ରଶ୍ନ କରିଛି।

ଟେଷ୍ଟ କ୍ରିକେଟର ନୂଆ ଜର୍ସିକୁ ନେଇ କେତେକ କ୍ରିକେଟ ପ୍ରେମୀ ପସନ୍ଦ କରିଥିବା ବେଳେ ଆଉ କେତେକ ଆଇସିସିର ଏହି ନିୟମକୁ ନାପସନ୍ଦ କରିଛନ୍ତି। ନୂଆ ଜର୍ସି ଫଳରେ ଟେଷ୍ଟ କ୍ରିକେଟ ବହୁତ ମଜାଦାର ହେବା ସହିତ ଆହୁରି ଅଧିକ ଲୋକପ୍ରିୟ ହୋଇପାରିବ। ଏଥିସହିତ ଜର୍ସିରେ ନାମ ଏବଂ ନମ୍ବର ଥିବାରୁ ଖେଳାଳିଙ୍କୁୁ ଭଲ ଭାବରେ ଚିହ୍ନି ହେବ ବୋଲି କ୍ରିକେଟ ପ୍ରେମୀ ମତ ରଥିଛନ୍ତି। ଅପରପକ୍ଷେ ଟେଷ୍ଟ କ୍ରିକେଟକୁ ଟେଷ୍ଟ କ୍ରିକେଟ ପରି ରହିବାକୁ ଦିଆଯାଉ ବୋଲି ଆଉ କେତକ କ୍ରିକେଟ ପ୍ରେମୀ ମତ ଦେଇଛନ୍ତି।

ବିଶ୍ବ ଟେଷ୍ଟ ଚାମ୍ପିଆନଶିପ୍‌ ୨୦୧୯ ଅଗଷ୍ଟ ୧ ତାରିଖରୁ ୨୦୨୧ ଏପ୍ରିଲ ୩୦ ପର୍ଯ୍ୟନ୍ତ ଖେଳା ଯିବ। ଟେଷ୍ଟ କ୍ରିକେଟର ଟପ୍‌ ୯ଟି ଦଳ ଏହି ଚାମ୍ପୀଆନଶିପରେ ଖେଳିବେ। ଏହି ଦୁଇ ବର୍ଷ ମଧ୍ୟରେ ଯେଉଁ ୨ଟି ଦଳ ଟପରେ ରହିବେ ସେହି ୨ ଦଳ ମଧ୍ୟରେ ୨୦୧୨୧ ମସିହାରେ ବିଶ୍ବ ଟେଷ୍ଟ ଚାମ୍ପିଆନସିପ୍‌ ଫାଇନାଲ ମ୍ୟାଚ ଖେଳାଯିବ।

Comments are closed.