Odisha Link
Bridging the Missing Links in Odisha

ପୋଲିସକୁ ଗୋଡାଇ ଗୋଡାଇ ପିଟିଲେ ଲୋକେ

ଜଳେଶ୍ବର : ବାଲିଆପାଳ ଥାନା ଆଇଆଇସିଙ୍କୁ ଗୋଡାଇ ଗୋଡାଇ ପିଟିଲେ ଲୋକେ। ଘଟଣାସ୍ଥଳକୁ ବିଳମ୍ବରେ ଆସିଥିବାରୁ ମାଡ ଖାଇଛନ୍ତି ପୋଲିସ ଅଧିକାରୀ। ଏହାସହ ଅନ୍ୟ ପୋଲିସ କର୍ମଚାରୀ ମଧ୍ୟ ଉତ୍ତ୍ୟକ୍ତଲୋକଙ୍କ ଆକ୍ରୋଶର ଶୀକାର ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଇଡକୋ ଛକ ନିକଟରେ ଥିବା ଏକ ଢାବାରୁ ଜଣେ ନାବାଳକଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତ ନାବାଳକ ଉଲୁଡା ଗ୍ରାମ ବିଜୟ ଦଳାଇ । ସେ ପ୍ରାୟ ଦୁଇ ବର୍ଷରୁ ଏହି ଢାବାରେ କାମ କରି ଆସୁଥିଲେ । ତେବେ ଗତାକାଲି ରାତିରେ ଢାବାର ଅନ୍ୟ କର୍ମଚାରୀ ମାନେ ବିଜୟର ମୃତଦେହ ଦେଖି ପରିବାର ଲୋକ ଓ ପୋଲିସକୁ ଖବର ଦେଇଥିଲେ । ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ବିଳମ୍ବରେ ପହଞ୍ଚିଥିବାରୁ ବାଲିଆପାଳ ଆଇଆଇସିଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି ଉତ୍ତ୍ୟକ୍ତଲୋକ । ଗତକାଲି ରାତିରେ ଘଟଣା ଘଟିଥିବା ବେଳେ ପୋଲିସ ଆଜି ସକାଳୁ ପହଞ୍ଚି ଥିବାରୁ ଲୋକେ ତାତିଥିଲେ । ଢାବାରେ ଭଙ୍ଗାରୁଜା କରିବା ସହ ଉତ୍ତ୍ୟକ୍ତଲୋକ ନିଆଁ ଲଗାଇଦେଇଛନ୍ତି ।
ତେବେ ପରିବାର ଲୋକେ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ତୁରନ୍ତ ଅଭିଯୁକ୍ତକୁ ଗିରଫ ଦାବି କରିଛନ୍ତି। ରାସ୍ତାରେ ନିଆଁ ଲଗାଇ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି ଉତ୍ତ୍ୟକ୍ତଲୋକେ । ଅନ୍ୟପଟେ ପୋଲିସ କହିଛି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

Comments are closed.