“ଇମ୍ରାନ୍ ଆତଙ୍କବାଦୀଙ୍କ ଓକିଲ”

ଇସଲାମବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଜଣେ ଡାହା ମିଛୁଆ ଏବଂ ସେ ଆତଙ୍କବାଦୀଙ୍କ ଓକିଲ ବୋଲି ପାକିସ୍ତାନର ବିରୋଧୀ ଦଳ ନେତା କହିଛନ୍ତି। ଇମ୍ରାନ୍ ତାଙ୍କ ଆମେରିକା ଗସ୍ତରେ ଅନ୍ତର୍ଜାତୀୟ ସମ୍ପଦ୍ରାୟକୁ ଭୁଲ୍ ବାଟରେ ନେବାକୁ ଚେଷ୍ଟା କରୁଛନ୍ତି ବୋଲି ପିସିସି ଏବଂ ପିଏମଏଲ-ଏନର ବରିଷ୍ଠ ନେତାମାନେ କହିଛନ୍ତି। ପିପିପିର ସାଧାରଣ ସମ୍ପାଦକ କହିଛନ୍ତି ଯେ, ଇମ୍ରାନ୍ ଖାନ୍ ଜଣେ ଦାଢ଼ି ନଥିବା ତାଳଇବାନ୍ ଖଶନ୍ ଭାବେ ବିବେଚିତ ହୋଇଛନ୍ତି। ସେ କେବଳ ଦୁର୍ନୀତିଗ୍ରସ୍ତ ନୁହନ୍ତି ବରଂ ସେ ଆତଙ୍କବାଦୀଙ୍କର ଓକିଲ ବୋଲି ନସିଫା କହିଛନ୍ତି। ଇମ୍ରାନ ନାନା ମିଥ୍ୟା ଓ ବିଭ୍ରାନ୍ତି ସୃଷ୍ଠି କରି ଏବେ ହଟଚମଟ ଚାହୁଁଛନ୍ତି ବୋଲି ସେ କହିଛନ୍ତି।