Odisha Link
Bridging the Missing Links in Odisha

ବର୍ଷାରେ ଧୋଇଗଲା ପୋଲ

ରାୟଗଡ଼ା: ରାଜ୍ୟରେ ବର୍ଷା ଲାଗି ରହିଛି। ଏଥି ସହିତ ରାୟଗଡା ଜିଲ୍ଲାରେ ଗତ ୨ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆନ୍ଧ୍ର-ଓଡିଶା ଉପକୂଳରେ ସୃଷ୍ଟ ଲଘୁଚାପ ଫଳରେ ସାରା ରାଜ୍ୟ ବର୍ଷାରେ ଭିଜୁଛି। ଦକ୍ଷିଣ ଓଡିଶାରେ ଏହାର ମାତ୍ରା ଅଧିକ ରହିଛି।

ରାୟଗଡା ଜିଲ୍ଲାରେ ଗତ ୨ଦିନ ହେବ ପ୍ରବଳ ବର୍ଷା ପ୍ରଭାବରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। କଲ୍ୟାଣୀ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରଭାବିତ ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ନଦୀ ଉପରେ ଥିବା ଏକ ଅସ୍ଥାୟୀ ପୋଲ ଧୋଇହୋଇ ଯାଇଛି। ପୋଲ ଉପରେ ପ୍ରାୟ ୪ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ ୬ଟି ପଂଚାୟତର ୨୦ହଜାର ଲୋକ ବାହ୍ୟଜଗତରୁ ବିଛିନ୍ନ ହୋଇ ପଡିଛନ୍ତି। ଗମନାଗମନ ମଧ୍ୟ ପ୍ରଭାବିତ ହୋଇଛି।

Comments are closed.