ମହାଲକ୍ଷ୍ମୀ ଏକ୍ସପ୍ରେସ୍: ଉଦ୍ଧାର ହେଲେ ୭୦୦ ଯାତ୍ରୀ

ମୁମ୍ବାଇ: ଜଳବନ୍ଦୀ ହୋଇ ରହିଥିବା ଥିବା ମହାଲକ୍ଷ୍ମୀ ଏକ୍ସପ୍ରେସରୁ ଉଦ୍ଧାର ହେଲେ ଯାତ୍ରୀ। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ହେଲେ ୭୦୦ ଯାତ୍ରୀ। ମହାରାଷ୍ଟ୍ରରେ ପ୍ରବଳ ବର୍ଷା କାରଣରୁ ମୁମ୍ବାଇ ଠାରୁ ୧୦୦ କିମି ଦୂର ବଦଲାପୁର ନିକଟରେ ମହାଲକ୍ଷ୍ମୀ ଏକ୍ସପ୍ରେସ୍ ଟ୍ରେନ ଦୀର୍ଘ କିଛି ଘଣ୍ଟା ହେବ ଜଳବନ୍ଦୀ ମଧ୍ୟରେ ଥିଲା। ଏହି ଟ୍ରେନରେ ସମୁଦାୟ ୭୦୦ ଯାତ୍ରୀ ରହିଥିଲେ। ଏନଡିଆରଏଫ ଟିମ୍ ଏବଂ ନୌସେନାର କଠୋର ପ୍ରୟାସ୍ରେ ଫସିଥିବା ଯାତ୍ରୀ ମାନଙ୍କୁ ଉଦ୍ଧାର କରାଯାଇଛି। ତେବେ ଉଦ୍ଧାର କାର୍ଯ୍ୟ ଏବେ ଶେଷ ହୋଇଛି। ଏହି ଏକ୍ସପ୍ରେସ୍ରୁ ୧୧୭ ଜଣ ମହିଳା ଏବଂ ଶିଶୁଙ୍କ ସମେତ ୬୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି।
୧୧ ଘଣ୍ଟାର କଠିନ ଉଦ୍ୟମ ପରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଏବଂ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ଯେ, ୭ଟି ନୌସେନା ଟିମ୍, ଭାରତୀୟ ବାୟୁସେନାର ୨ଟି ହେଲିକାପ୍ଟର ଏବଂ ସ୍ଥାନୀୟ ପ୍ରଶାସନର ମିଳିତ ପ୍ରୟାସରେ ଏହି ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି। ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି । ସ୍ଥାନୀୟ ପାଣିପାଗ ବିଭାଗ ଅନୁଯାୟୀ, ବିଗତ ୨୪ ଘଂଟା ମଧ୍ୟରେ ମୁମ୍ବାଇରେ ୧୫୦ରୁ ୧୮୦ ମିଲିମିଟର ବର୍ଷା ହୋଇଛି । ଆଜି ମଧ୍ୟ ସେଠାରେ ପ୍ରବଳ ମାତ୍ରାରେ ବୃଷ୍ଟିପାତ ହେବାରେ ଲାଗିଛି। ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ଏହାଦ୍ୱାରା ଯାନବାହନ ଯାତାୟତରେ ବାଧା ସୃଷ୍ଟି ହୋଇଛି ।