Odisha Link
Bridging the Missing Links in Odisha

ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ନେଇ କଂଗ୍ରେସ ବିଜେପି ମୁହାଁମୁହିଁ

ଭୁବନେଶ୍ୱର : ମହାତ୍ମାଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ପାଳନ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ବିଜେପି କଂଗ୍ରେସ ମୁହାଁମୁହିଁ। ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ରାଜ୍ୟ ସରକାର ଗାନ୍ଧିଙ୍କ ଜୟନ୍ତୀ ପାଳନ ପାଇଁ କମିଟି ଗଠନ କରିଥିଲେ।
ଏଇ କମିଟି କିଛି ପ୍ରସ୍ତାବ ଦେଇଥିଲା, ହେଲେ ଏହାକୁ ସରକାର ଭୁଲିଗଲେ ବୋଲି ଅଭିଯୋଗ କରିଥିଲେ ନରସିଂହ। ଏଥିସହ ଆର୍‌ଏସ୍‌ଏସ୍ ନାଁ ନେଇ କେନ୍ଦ୍ର ସରକାରଙ୍କୁ ମଧ୍ୟ ନିଶାନା କରିଥିଲେ। ଯାହାକୁ ନେଇ ବିଜେପି ଦୃଢ଼ ବିରୋଧ କରିବାରୁ ଦୁଇ ଦଳ ଗୃହରେ ମୁହିଁମୁହିଁ ହୋଇଥିଲେ। ସେପଟେ ଶାସକ ଦଳ ସଦସ୍ୟ ମଧ୍ୟ ଆଲୋଚନାରେ ଭାଗ ନେଇ ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ପାଳନ କରାଯିବାକୁ କହିଥିଲେ । ଏହାପରେ ଏନେଇ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି ଜଣାଇବାକୁ ରୁଲିଂ ଦେଇଥିଲେ ବାଚସ୍ପତି।

Comments are closed.