Odisha Link
Bridging the Missing Links in Odisha

ବିଜେଡି-ବିଜେପି ମିଳିତ ସରକାର: ତାରା

ଭୁବନେଶ୍ୱର: ରାଜ୍ୟରେ ବିଜେଡି ଓ ବିଜେପିର ମିଳିତ ସରକାର ଚାଲିଥିବା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି । ବୁଧବାର ବିଧାନସଭାରେ ଟ୍ରିପଲ ତଲାକ ବିଲ ପ୍ରସଙ୍ଗ ଉଠାଇ ଶ୍ରୀ ବାହିନୀପତି ଏହା କହିଛନ୍ତି ।
ସେ କହିଛନ୍ତି ଯେ, ଏନଡିଏ ସହଯୋଗୀ ଦଳ ଏହି ବିଲକୁ ବିରୋଧ କଲେ । କିନ୍ତୁ ବିଜେଡି ଏହି ବିଲକୁ ସମର୍ଥନ କଲା । ଏପରିକି ବିଲକୁ ସମର୍ଥନ କରିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହ୍ୱିପ ମଧ୍ୟ ଜାରି କଲେ । ନିର୍ବାଚନ ବେଳେ ବିଜେଡି ଓ ବିଜେପି ପରସ୍ପର ବିରୋଧରେ କହୁଛନ୍ତି । ନବୀନ ବାବୁ ମଧ୍ୟ ସମଦୂରତା କଥା କହି ଆସୁଛନ୍ତି । ତେବେ ରାଜ୍ୟରେ ବିଜେଡି ଓ ବିଜେପିର ମିଳିତ ସରକାର ଚାଲିଛି କି ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ବାହିନୀପତି ଦାବି କରିଛନ୍ତି । ବିଜେପି ବିରୋଧରେ କହି ବିଲକୁ ସମର୍ଥନ କରିବା ଡବଲ ଷ୍ଟାଣ୍ଡାର୍ଡ ବୋଲି ତାରା କହିଛନ୍ତି ।
ତେବେ ରାପ୍ରସାଦ ବାହିନୀପତିଙ୍କ ଏଭଳି ଅଭିଯୋଗକୁ କାଉଣ୍ଟର କରି ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ, ଆମର କାହାକୁ ଡର ନାହିଁ । ନବୀନ ପଟ୍ଟନାୟକ ସମଦୂରତା ରଖିଛନ୍ତି । ଏପରିକି ପାଟକୁରାରେ ଆପଣଙ୍କ ଦଳର ଭୋଟ କୁଆଡେ଼ ଗଲା ବୋଲି ପ୍ରମିଳା ତାରାଙ୍କୁ ପ୍ରଶ୍ନ କରିଥିଲେ । ଆପଣ ଭୋଟ ବିଜେପିକୁ ଦେଇ ଦେଲେ । କିନ୍ତୁ ମହିଳାଙ୍କ ସୁରକ୍ଷା ପାଇଁ ବିଜେଡି ଭୋଟ ଦେଇଛି । ଅନ୍ୟପକ୍ଷରେ ଟ୍ରିପଲ ତଲାକୁ ଇସୁ୍ୟ ବେସ ସପୋର୍ଟ ବୋଲି ଅମର ପ୍ରସାଦ ଶତପଥୀ କହିଛନ୍ତି ।

Comments are closed.