Odisha Link
Bridging the Missing Links in Odisha

ଇତିହାସରେ ପ୍ରଥମ, ଜଜଙ୍କ ବିରୋଧରେ ଏଫଆଇଆର

ନୂଆଦିଲ୍ଲୀ: ଭାରତ ଇତିହାସରେ ପ୍ରଥମ ଥର ହାଇକୋର୍ଟ ଜଜଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। ପ୍ରଥମଥର ପାଇଁ କୌଣସୀ ହାଇକୋର୍ଟର ସିଟିଙ୍ଗ୍ ଜଜଙ୍କ ବିରୋଧରେ କେସ ରୁଜୁ ହୋଇଛି। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇ ଏଥିପାଇଁ ଅନୁମତି ଦେଇଛନ୍ତି। ଇଲାହାବାଦ ହାଇକୋର୍ଟର ଜଷ୍ଟିସ୍ ଏସଏନ ଶୁକ୍ଳାଙ୍କ ବିରୋଧରେ ଭ୍ରଷ୍ଟାଚାରୀ ନିରୋଧୀ କାନୁନ ଆଧାରରେ ସିବିଆଇକୁ ମକୋଦ୍ଦମା ରୁଜୁ ପାଇଁ ମୁଖ୍ୟ ବିଚାରପତି ଅନୁମତି ଦେଇଛନ୍ତି। ତେବେ ପ୍ରଥମ ଥର ପାଇଁ ହାଇକୋର୍ଟର କୌଣସୀ ସିଟିଙ୍ଗ୍ ଜଜଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ହାଇକୋର୍ଟ ଜଷ୍ଟିସ୍ ଏସଏନ.ଶୁକ୍ଳାଙ୍କ ବିରୋଧରେ ଭ୍ରଷ୍ଟାଚାରରେ ଲିପ୍ତ ଥିବା ଗମ୍ଭୀର ଅଭିଯୋଗ ଲାଗିଛି। ୟୁପିର ମେଡିକାଲ କଲେଜରେ ଏମବିବିଏସ୍ ପ୍ରବେଶ ପାଇଁ ସେ ନିଜର କ୍ଷମତାର ଦୂରୁପଯୋଗ କରି ଗଡବଡ କରିଥିବା ଅଭିଯୋଗ ହୋଇଛି। କୁହାଯାଉଛି କି, ଘରୋଇ ମେଡିକାଲ କଲେଜର ଲାଭ ପାଇଁ ଜଷ୍ଟିସ୍ ଶୁକ୍ଳା ୨୦୧୭-୧୮ରେ ପ୍ରବେଶ ତିଥିରେ ବୃଦ୍ଧି କରିଥିଲେ। ଏହି କାରଣରୁ ତାଙ୍କ ଉପରେ ୨୦୧୮ରେ ସେ କୌଣସି ନ୍ୟାୟିକ ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ପ୍ରତିବନ୍ଧକ ଲାଗିଥିଲା। ସେହି ସମୟରେ ଚିଫ୍ ଜଷ୍ଟିସ୍ ତାଙ୍କର କାର୍ଯ୍ୟସ୍ଥଳ ପରିବର୍ତ୍ତନ କରିବା ପ୍ରସ୍ତାବ ମଧ୍ୟ ଅନଗୃହୀତ କରିଛନ୍ତି।

Comments are closed.