Odisha Link
Bridging the Missing Links in Odisha

ରାଜ୍ୟରେ ୪୪୧ ବାଳିକା ଏବଂ ୧୪୮୫ ବାଳକ ବିଦ୍ୟାଳୟରେ ନାହିଁ ଶୌଚାଳୟ : ବିଧାନସଭା

ଭୁବନେଶ୍ବର : ବିଧାନସଭା ପ୍ରଶ୍ନକାଳରେ ଆଜି ବିଭିନ୍ନ ବିଭାଗ ଉପରେ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଏହାସହ ବ୍ୟୟ ମଞ୍ଜୁରୀ ବିଲ୍ ଉପରେ ଆଲୋଚନା କରାଯିବ ।
ପ୍ରଶ୍ନକାଳରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଉପରେ ଆଲୋଚନା ହୋଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ପକ୍ଷରୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୃହରେ ଉତ୍ତର ରଖିଛନ୍ତି । ଗୃହରେ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ରାଜ୍ୟରେ ୪୪୧ ବାଳିକା ବିଦ୍ୟାଳୟରେ ଶୌଚାଳୟ ନାହିଁ ।
ସେହିପରି ୧୪୮୫ ବାଳକ ବିଦ୍ୟାଳୟରେ ଶୌଚାଳୟ ନାହିଁ । ରାଜ୍ୟରେ ୫୪୨୯୮ସରକାରୀ ସ୍କୁଲ ରହିଛି । ୫୩୭୬୩ରେ ବାଳିକା ଶୌଚାଳୟ ଓ ୫୨୫୨୧ରେ ବାଳକ ଶୌଚାଳୟ ରହିଛି । ସବୁ ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା ରହିଛି । ଯେଉଁଠି ନାହିଁ, ସେଠାରେ ମାଠିଆ ପାଣି ଅଛି ବୋଲି ମନ୍ତ୍ରୀ କହିଛନ୍ତି । ୨୦୦୩-୦୪ରେ ୨୦ ହଜାର ଟଙ୍କାରେ ଶୌଚାଳୟ ନିର୍ମାଣ ହୋଇଥିଲା । ୨୦୧୮-୧୯ରେ ଶୌଚାଳୟ ନିର୍ମାଣ ପାଇଁ ଏକ ଲକ୍ଷ ୭୮ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।

Comments are closed.