Odisha Link
Bridging the Missing Links in Odisha

ଥାନା ଅଧିକାରୀଙ୍କୁ ମାଡ ଘଟଣା : ୧୩ ଜଣଙ୍କୁ ବାନ୍ଧିଲା ପୋଲିସ

ଜଳେଶ୍ବର : ଜଳେଶ୍ବର ବାଲିଆପାଳ ଥାନା ଅଧିକାରୀଙ୍କୁ ମାଡ ଘଟଣାରେ ବିଭିନ୍ନ ସ୍ଥାନରେ ଚଢାଉ କରି ୧୨ ଜଣଙ୍କୁ ଉଠାଇ ନେଇଛି ପୋଲିସ। ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ବାଲିଆପାଳ ପୋଲିସ। ଘଟଣାରେ ଏଚଆରପିସି ଟିମ୍ ତଦନ୍ତ କରୁଛନ୍ତି।
ଗତ ୨୬ ତାରିଖରେ ଢାବାରେ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ପୋଲିସକୁ ମାଡ ମାରିବା ସହ ଢାବା ଭଙ୍ଗାରୁଜା କରିଥିଲେ ଉତ୍ତ୍ୟକ୍ତ ଲୋକେ। ଘଟଣାସ୍ଥଳକୁ ବିଳମ୍ବରେ ପହଞ୍ଚିବା ନେଇ ଆଇଆଇସିକୁ ମଧ୍ୟ ଗୋଡେଇ ଗୋଡେଇ ପିଟିଥିଲେ।ଉଲୁଡା ଗାଁର ବିଜୟ ଦଳାଇ ଦିର୍ଘଦିନ ହେଲା ଏହି ଢ଼ାବାରେ କାମ କରୁଥିଲେ। ଗତ ୨୫ତାରିଖ ବିଳମ୍ବିତ ରାତିରେ ଢ଼ାବାର ଅନ୍ୟ କର୍ମଚାରୀମାନେ ବିଜୟର ଝୁଲନ୍ତା ମୃତଦେହ ଦେଖି ପରିବାର ଲୋକ ଓ ପୋଲିସକୁ ଖବର ଦେଇଥିଲେ। ତେବେ ପୋଲିସ ବିଳମ୍ବରେ ପହଞ୍ଚିଥିଲା । ଫଳରେ ପୋଲିସକୁ ଘେରି ଯାଇଥିଲେ ଲୋକେ।

Comments are closed.