Odisha Link
Bridging the Missing Links in Odisha

ଆଜିଠୁ ଶସ୍ତାରେ ପାଇବେ ଏହି ସବୁ ଜିନିଷ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ଇଂରାଜୀ କ୍ୟାଲେଣ୍ଡର ହିସାବରେ ଆଜିଠୁ ଆରମ୍ଭ ହେଉଛି ଅଗଷ୍ଟ ମାସ। ଅଗଷ୍ଟ ମାସ ଆରମ୍ଭରୁ ଗ୍ରାହକଙ୍କ ପାଇଁ ମିଳିଛି ଖୁସି ଖବର। କାରଣ ଆଜିଠୁ ଅନେକ ସାମଗ୍ରୀର ଦରଦାମରେ ପରିବର୍ତ୍ତନ ହୋଇଛି। ତେବେ ଅଗଷ୍ଟ ମାସ ଗ୍ରାହକଙ୍କ ପାଇଁ କେଉଁ ଖୁସି ଆଣିଛି ଆସନ୍ତୁ ଜାଣିବା।

ଆଜିଠୁୁ ଏସବିଆଇ ଟଙ୍କା ସହ ଜଡିତ ଥିବା ସେବାକୁ ମାଗଣା କଲା :
ଏସବିଆଇ ଆଇଏମପିଏସ୍ ଚାର୍ଜକୁ ଶେଷ କରିଥିବା ଘୋଷଣା କରଛି , ଯାହା ଅଗଷ୍ଟ ୧ ତଥା ଆଜିଠରୁ ଲାଗୁ ହୋଇଛି। ୟଏବେ ଏସବିଆଇର ୟୋନୋ ଆପ୍ , ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର୍ କରୁଥିବା ୟୁଜର୍ସଙ୍କଠାରୁ ଏବେ କୌଣସି ପ୍ରକାରର ଆଇଏମପିଏସ୍ ଚାର୍ଜ କଟାଯିବ ନାହିଁ । ଏହାପୂର୍ବରୁ ଏସବିଆଇ ଆରଟିଜିଏସ୍ ଏବଂ ଏନଇଏଫଟି ଚାର୍ଜକୁ ମଧ୍ୟ ଶେଷ କରିଦେଇଥିଲା।

ଗ୍ୟାସ ସିଲିଣ୍ଡର ଶସ୍ତା:
ପୁଣି ଶସ୍ତା ହେଲା ରନ୍ଧନ ଗ୍ୟାସ ସିଲିଣ୍ଡର। ଆଜିଠାରୁ ଗ୍ରାହକଙ୍କୁ ଏହାର ଫାଇଦା ମିଳିବ। ବିନା ସବସିଡି ବାଲା ଘରୋଇ ରନ୍ଧନ ଗ୍ୟାସ (ଏଲପିଜି) ସିଲିଣ୍ଡରର ଦାମ୍ ପ୍ରତି ସିଲିଣ୍ଡର ପିଛା ୬୨ଟଙ୍କା ୫୦ ପଇସା ହ୍ରାସ କରାଯାଇଛି। ଅଗଷ୍ଟ ୧ ତଥା ଆଜିଠାରୁ ଘରୋଇ ବ୍ୟବହାର କରାଯାଉଥିବା ସିଲିଣ୍ଡର ୫୯୧ ଟଙ୍କାରେ ଉପଲବ୍ଧ କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ୬୫୩ ଟଙ୍କାରେ ମିଳୁଥିଲା। ତୈଳ କମ୍ପାନି ମୁତାବିକ ବ୍ୟବସାୟିକ ସିଲିଣ୍ଡରର ଦାମରେ ବି ୧୨୬ଟଙ୍କା ପ୍ରତି ପିଛା ହ୍ରାସ କରାଯାଇଛି। ଏବେ ଏହି ସିଲିଣ୍ଡର ୧୧୫୧.୫୦ ଟଙ୍କା ବଦଳରେ ୧୦୨୫.୫୦ ଟଙ୍କାରେ ମିଳିବ।
ଦିଲ୍ଲୀରେ ୨୦୦ ୟୁନିଟ୍‌ ବିଜୁଳି ମାଗଣା:
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି ଦିଲ୍ଲୀରେ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର ମାଗଣା କରିଛନ୍ତି ଦିଲ୍ଲୀ ସରକାର।

ଶସ୍ତା ହେଲା ଇଲେକ୍ଟ୍ରିକ୍ ଗାଡି :
ଆଜିଠୁ ଶସ୍ତା ହୋଇଛି ଇଲେକ୍ଟ୍ରିକ୍ ଗାଡି। ଜିଏସଟି କାଉନସିଲ୍‌ ବୈଠକରେ ବ୍ୟାଟେରୀରେ ଚାଲୁଥିବା କାର୍ ଏବଂ ସ୍କୁଟରରେ ଲାଗୁଥିବା ଜିଏସଟି ଦର କମାଇବା ଫଳରେ ଗାଡି କିଣିବା ଏବେ ଶସ୍ତା ହୋଇଯାଇଛି। ଜିଏସଟି କାଉନସିଲ୍ ବୈଠକରେ କରକୁ ୧୨ % ରୁ ହଟାଇ ୫ % କରାଯାଇଛି ଏବଂ ଚାର୍ଜ ଉପରେ ୧୮ ପ୍ରତିଶତରୁ କମ୍ କରି ୧୨ ପ୍ରତିଶତ କରାଯାଇଛି।

Comments are closed.