Odisha Link
Bridging the Missing Links in Odisha

ଟି-୨୦ କ୍ରିକେଟ: ସିକ୍ସର କିଙ୍ଗ୍‌ ହେବେ ଏହି ଭାରତୀୟ ଖେଳାଳି!

ନୂଆଦିଲ୍ଲୀ: ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି। ସେ ନେଇ ୨ଟିମ୍‌ ମଧ୍ୟ ପ୍ରସ୍ତୁତ। ବିଶ୍ବକପରେ ଭଲ ଫର୍ମରେ ଥିବା ରୋହିତ ଶର୍ମାଙ୍କ ଉପରେ ପ୍ରାୟ ସମସ୍ତଙ୍କ ନଜର। ଯଦି ବିଶ୍ବକପ୍‌ ଫର୍ମ ବଜାୟ ରଖନ୍ତି ତେବେ ରୋହିତ ଶର୍ମା ଏକ ରେକର୍ଡ଼ର ଅଧିକାରୀ ହୋଇପାରିବେ। ଟି-୨୦ କ୍ରିକେଟର ସିକ୍ସର କିଙ୍ଗ୍‌ ହୋଇପାରିବେ ରୋହିତ। ଏହି ରେକର୍ଡ଼ ନିଜ ନାମରେ କରିବା ପାଇଁ ରୋହିତଙ୍କୁ ମାତ୍ର ଆଉ କିଛି ଛକାର ଆବଶ୍ୟକତା ରହିଛି।

ରୋହିତ ଇଣ୍ଟରନ୍ୟାସନାଲ ଟି-୨୦ କ୍ରିକେଟରେ ସବୁଠାରୁ ଅଧିକ ଛକା ଲଗାଇବା ଠାରୁ ମାତ୍ର ୫ଟି ଛକାର ଦୂରରେ ରହିଛନ୍ତି। ଟି-୨୦ରେ କ୍ରିସ ଗେଲଙ୍କ ନାମରେ ସବୁଠାରୁ ଅଧିକ ୧୦୫ଟି ଛକା ମାରିଥିଲେ। ସେଭଳି ଏହି କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ନ୍ୟୁଜିଲାଣ୍ଡର ବ୍ୟାଟସମ୍ୟାନ ମାର୍ଟିନା ଗୁପ୍ଟିଲ, ସେ ୧୦୩ ଛକା ମାରିଛନ୍ତି। ରୋହିତ ଶର୍ମା ଏପର୍ଯ୍ୟନ୍ତ ୯୪ ଟି ଟି-୨୦ ମ୍ୟାଚରେ ୮୬ଟି ଇନିଂସ ଖେଳି ମୋଟ ୧୦୧ ଟି ଛକା ମାରିଛନ୍ତି।

ଭାରତ ବିରୋଧରେ ଥିବା ଏହି ଟି-୨୦ ସିରିଜରେ କ୍ରିସ ଗେଲ୍ ସ୍ଥାନ ପାଇନାହାନ୍ତି। ତେଣୁ ରୋହିତ ଶର୍ମା ତାଙ୍କୁ ଖୁବ୍ ସହରେ ପଛରେ ପକାଇ ପାରିବେ। ଏହା ସହ ରୋହିତ ଯଦି ଓ୍ବେଷ୍ଟଇଣ୍ଡିଜ ବିରୋଧରେ ୬ଟି ଛକା ମାରନ୍ତି ତେବେ ସେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଭାରତୀୟ ଓପନର ଭାବରେ ୩୦୦ଟି ଛକା ଲଗାଇଥିବା ପ୍ରଥମ ଖେଳାଳି ମଧ୍ୟ ହୋଇଯିବେ।

Comments are closed.