Odisha Link
Bridging the Missing Links in Odisha

କୂଳ ଲଙ୍ଘୁଛି ପୁରୀ ସମୁଦ୍ର

ପୁରୀ: ଦିନକୁ ଦିନ ପୁରୀ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି। ସମୁଦ୍ରରେ ପ୍ରାୟ ୮ରୁ ୧୦ ଫୁଟ୍ ଉଚ୍ଚ ଜୁଆର ଆସିବା ଫଳରେ କୂଳରେ ଥିବା ଦୋକାନ କ୍ଷତିଗ୍ରସ୍ତ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ତେବେ ଚଳିତ ବର୍ଷ ଜୁଆରର ପ୍ରଭାବ ଅଧିକ ଥିବା କୁହାଯାଉଛି।
ସେହିପରି କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଜୁଆର ୨୦ ମିଟରରୁ ଅଧିକ ଦୂରତାକୁ ଆସି କୂଳ ଲଙ୍ଘୁ ଥିବାରୁ ଏନେଇ ମତ୍ସଜୀବୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ସମୁଦ୍ର କୂଳରେ ଡଙ୍ଗା ସବୁକୁ ସୁରକ୍ଷିତ ରଖିବା ପାଇଁ ସ୍ଥାନୀୟ ମତ୍ସଜୀବୀମାନେ ଲାଗି ପଡ଼ିଛନ୍ତି। ଖାଲି ଏତିକି ନୁହେଁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀମାନେ ସମୁଦ୍ର ଭିତରକୁ ଯିବାକୁ ଭୟ କରୁଛନ୍ତି। ଅନ୍ୟପକ୍ଷରେ ଜୁଆର ଦାଉରୁ ଡଙ୍ଗାକୁ କିଭଳି ସୁରକ୍ଷା ଦିଆଯାଇ ପାରିବ ସେ ନେଇ ମତ୍ସ୍ୟଜୀବୀମାନେ ଦାବି କରିଛନ୍ତି।

Comments are closed.