Odisha Link
Bridging the Missing Links in Odisha

ବିରାଟଙ୍କ ସ୍କ୍ବାର୍ଡ଼ରେ ନାହାନ୍ତି ହିଟ୍‌ମ୍ୟାନ୍!, କୁଆଡ଼େ ଗଲେ ରୋହିତ

ନୂଆଦିଲ୍ଲୀ: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ ଆସନ୍ତାକାଲିଠୁ ଆରମ୍ଭ ହେବ। ସିରିଜର ପ୍ରଥମ ୨ଟି ମ୍ୟାଚ ଆମରିକାରେ ହେବ। ସେଥିପାଇଁ ଆମେରିକାରେ ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ଅଧିନାୟକ ସାଥି ଖେଳାଳିଙ୍କ ସହ ଏକ ଫଟୋ ସୋଶିଆଲ ମିଡ଼ିଆରେ ଶେୟାର କରିଛନ୍ତି। ଯେଉଁଥିରେକି ବିରାଟ ଲେଖିଛନ୍ତି ‘ସ୍କ୍ବାର୍ଡ଼’।

ଏହି ଫଟୋଟିରେ ବିରାଟ କୋହଲି, ରବିନ୍ଦ୍ର ଜାଡ଼େଜା, ଖଲୀଲ ଅହମ୍ମଦ, ନବଦୀପ ସାଇନି, କୃର୍ଣ୍ଣାଲ ପାଣ୍ଡିଆ, ଶ୍ରେୟଶ୍‌ ଆୟର, କେ ଏଲ ରାହୁଲ ଏବଂ ଭୁବନେଶ୍ବର କୁମାର ପ୍ରମୁଖ ଅଛନ୍ତି। ଅପରପକ୍ଷେ ଉପ-ଅଧିନାୟକ ରୋହିତ ଶର୍ମା ଫଟୋରେ ଦେଖିବାକୁ ମିଳୁନାହାନ୍ତି। ଏନେଇ କ୍ରିକେଟ ପ୍ରେମୀ ବିରାଟଙ୍କୁ ପ୍ରଶ୍ନ କରିଛନ୍ତି। ରୋହିତ ଶର୍ମା କୁଆଡ଼େ ଗଲେ ବୋଲି କ୍ରିକେଟ ପ୍ରେମୀ ମାନେ ପ୍ରଶ୍ନ କରିଛନ୍ତି।

https://twitter.com/JayAbhishekHind/status/1157135291091582976

Comments are closed.