Odisha Link
Bridging the Missing Links in Odisha

ଶଙ୍କରାଚାର୍ଯ୍ୟଙ୍କ ଆବେଦନକୁ ଅଗ୍ରାହ୍ୟ

ଭୁବନେଶ୍ୱର : ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତେବେ ଶଙ୍କରାଚାର୍ଯ୍ୟ କେବଳ ପରାମର୍ଶ ଦେଇପାରିବେ, ପକ୍ଷଭୁକ୍ତ ହୋଇପାରିବେ ନାହିଁ ବୋଲି କହି ସୁପ୍ରିମକୋର୍ଟ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି । ଏଥିସହ ଏହି ମାମଲାର ଶୁଣାଣି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଘୁଞ୍ଚାଇ ଦେଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷର ଓକିଲ ଶ୍ୱେତକେତୁ ମିଶ୍ରଙ୍କ ଠାରୁ ପ୍ରକାଶ ।

Comments are closed.