Odisha Link
Bridging the Missing Links in Odisha

ଅମରନାଥ ଯାତ୍ରାରେ ଲାଗିଲା ରୋକ୍, ଶ୍ରଦ୍ଧାଳୁଙ୍କୁ ଫେରିଯିବାକୁ ପରାମର୍ଶ

ଶ୍ରୀନଗର:  ଅମରନାଥ ଯାତ୍ରାରେ ସାମିଲ ଥିବା ଶ୍ରଦ୍ଧାଳୁଙ୍କ ଉପରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଆକ୍ରମଣ କରିବାର ଆଶଙ୍କା ବଢ଼ିବାରେ ଲାଗିଛି। ଏନେଇ ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ଆଜି ଜମ୍ମୁ-କଶ୍ମୀର ପ୍ରଶାସନ ଆକ୍ସନ ମୋଡ୍‌କୁ ଚାଲି ଆସିଛି।

ଅମରନାଥ ଯାତ୍ରାରେ ସାମିଲ ଥିବା ଶ୍ରଦ୍ଧାଳୁଙ୍କୁ ଯଥାଶୀଘ୍ର ଜମ୍ମୁ-କଶ୍ମୀର ଛାଡ଼ିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କଶ୍ମୀର ଗୃହ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କ ପକ୍ଷରୁ ଏକ ଜରୁରୀକାଳୀନ ଭିତ୍ତିରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଶ୍ରଦ୍ଧାଳୁମାନଙ୍କୁ ସୁରକ୍ଷା ସମ୍ପର୍କରେ କେତେକ ପରାମର୍ଶ ଦିଆଯାଇଛି। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଉପତ୍ୟକାରେ ରହିବା ପାଇଁ ଯେଉଁ ଯୋଜନା କରିଥିଲେ, ତୁରନ୍ତ ତା’କୁ ବାତିଲ କରନ୍ତୁ ଓ ଯଥାଶୀଘ୍ର ସମ୍ଭବ ଜମ୍ମୁ-କଶ୍ମୀରରୁ ଫେରିଯାଆନ୍ତୁ ବୋଲି ଏଥିରେ ଅନୁରୋଧ କରାଯାଇଛି।

ଗୁଇନ୍ଦା ବିଭାଗ ସମ୍ଭାବ୍ୟ ଆତଙ୍କୀ ହମ୍‌ଲା ସମ୍ପର୍କରେ ସୂଚନା ଦେଇଛି। ବିଶେଷ କରି ପର୍ଯ୍ୟଟକ ଓ ଅମରନାଥ ଯାତ୍ରୀମାନଙ୍କ ଉପରେ ଆତଙ୍କୀମାନେ ଆକ୍ରମଣ କରିବାକୁ ଯୋଜନା କରୁଥିବା କୁହାଯାଇଛି। ଏଭଳି ଘଟିଲେ ଜମ୍ମୁ-କଶ୍ମୀରରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି। ତେଣୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କୁ ଫେରିଯିବାକୁ ପରାମର୍ଶ ଦିଆଯାଇଛି।

Comments are closed.