Odisha Link
Bridging the Missing Links in Odisha

ଦୁଇ ଜଣ ଗୋଟିଏ ପଦବିରେ ନିଯୁକ୍ତି କେମିତି ହେଲେ ?

କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁର ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୋଟିଏ ପଦବିକୁ ନେଇ ଦୁଇ ଅଧିକାରୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି। ଅଧିକ୍ଷଣ ଯନ୍ତ୍ରୀ ପଦବି ପାଇଁ ଏଠାରେ ଦୁଇ ଜଣ ଅଫିସରଙ୍କ ମଧ୍ୟରେ ଟଣା ଓଟରା ଲାଗିଛି।
ଜୁଲାଇ ୨୯ରେ ମାଲକାନଗିରି ରାସ୍ତା ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରୁଣ ସାହୁ ପଦୋନ୍ନତି ପାଇ ଏହି କାର୍ଯ୍ୟାଳୟକୁ ଆସିଥିଲେ। ସେହିପରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପରକ୍ଷୀତ ଦାସ ମଧ୍ୟ ଉକ୍ତ କାର୍ଯ୍ୟାଳୟରେ ପଦୋନ୍ନତି ପାଇଥିଲେ। ହେଲେ ସେ ଅଫିସ୍‌କୁ ଆସିବା ପରେ ସୃଷ୍ଟି ହୋଇଥିଲା ବିବାଦ। ତେବେ ଉଭୟଙ୍କୁ କିପରି ଗୋଟିଏ ପଦବି ପାଇଁ କିପରି ନିଯୁକ୍ତି ମିଳିଲା, ତାକୁ ନେଇ ଉଠିଛି ପ୍ରଶ୍ନ। ସେହିପରି ଏହି ଘଟଣାକୁ ନେଇ ସ୍ୟାର୍‌ ଦ୍ୱାରସ୍ତ ହୋଇଛନ୍ତି ପରକ୍ଷୀତ ଦାସ।

Comments are closed.