Odisha Link
Bridging the Missing Links in Odisha

ବିଶ୍ୱ ସ୍ତନ୍ୟପାନ ସପ୍ତାହ: ନବଜାତକଙ୍କୁ ସ୍ତନ୍ୟପାନ ଦେବା କ୍ଷେତ୍ରରେ ଜାତୀୟ ହାରଠୁ ଓଡ଼ିଶା ଉର୍ଦ୍ଧ୍ବରେ

ଭୁବନେଶ୍ବର: ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ପରିପ୍ରେକ୍ଷୀରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଚଳିତ ବର୍ଷ ବିଶ୍ୱ ସ୍ତନ୍ୟ ପାନ ସପ୍ତାହ ପାଳନର ପ୍ରସଙ୍ଗ ରହିଛି “ ସଶକ୍ତ ମାତା ପିତା, ସକ୍ଷମ ସ୍ତନ୍ୟ ପାନ’’।

ଶିଶୁ ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟ ପାନ, ୬ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟ ପାନ, ଶିଶୁକୁ ୬ ମାସ ପୂରିବା ମାତ୍ରେ ସ୍ତନ୍ୟ ପାନ ସହିତ ଅନ୍ୟ ଖାଦ୍ୟ ଖୁଆଇବା ସହ ୨ ବର୍ଷ ପର୍ଯ୍ୟନ୍ତ ନିୟମିତ ଭାବେ ସ୍ତନ୍ୟ ପାନ କରାଇବା ଦ୍ୱାରା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ପର୍ଯ୍ୟପ୍ତ ପରିମାଣର ମା’କ୍ଷୀର ପାଇଁ ମା’କୁ ସୁଷମ ଖାଦ୍ୟ ଏବଂ ବିଶ୍ରାମର ଆବଶ୍ୟକତା ଥାଏ। ଏ ସଂପର୍କରେ ସଚେତନତା ସୃଷ୍ଟି ପାଇଁ ଜିଲ୍ଲାସ୍ତରରେ ବ୍ୟାପକ ପ୍ରଚାର ପ୍ରସାର କରାଯିବ।

ପ୍ରତି ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ କ୍ଷେତ୍ର କର୍ମଚାରୀଙ୍କ ମିଳିତ ସହଯୋଗରେ ପ୍ରସବ ପରେ ନବଜାତକଙ୍କୁ ସ୍ତନ୍ୟ ପାନ କରାଇବା ପାଇଁ ପ୍ରସୂତିମାନଙ୍କୁ ସଚେତନ କରାଯିବ। ଜିଲ୍ଲାସ୍ତରରେ ଆଇସିଡିଏସ୍‌ ଏବଂ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କୁ ନେଇ ସ୍ତନ୍ୟ ପାନର ଉପାଦେୟତା ଶୀର୍ଷକ ବୈଠକର ଆୟୋଜନ କରାଯିବ। ସ୍ତନ୍ୟପାନ ପାଇଁ ସକ୍ଷମ ମା, ଗର୍ଭବତୀ ମହିଳା, କିଶୋରୀମାନଙ୍କ ମଧ୍ୟରେ କୁଇଜ୍‌ ପ୍ରତିଯୋଗିତା ଆଦିର ଆୟୋଜନ କରାଯିବ।

ଜିଲ୍ଲା ସ୍ତରରେ ସୁନ୍ଦର ଶିଶୁ ସ୍ୱାସ୍ଥ୍ୟ ପ୍ରଦର୍ଶନ ଅନୁଷ୍ଠିତ ହେବ। ପ୍ରତ୍ୟେକ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀମାନଙ୍କୁ ସଦ୍ୟ ପ୍ରସବ କରିଥିବା ମହିଳାମାନଙ୍କୁ ସ୍ତନ୍ୟ ପାନର ବିଭିନ୍ନ ପର୍ଯ୍ୟାୟ ଯଥା ଶିଶୁକୁ ଉପଯୁକ୍ତ ଶୈଳୀରେ ସ୍ତନ୍ୟ ପାନ୍ୟ କରାଇବା ତଥା ଅସୁସ୍ଥତା ସମୟରେ ସ୍ତନ୍ୟ ପାନ କରାଇବା ଏବଂ ମା’ମାନଙ୍କୁ ସ୍ତନ୍ୟ ପାନ ପାଇଁ ପ୍ରୋତ୍ସାହିତ କରିବା ସଂପର୍କରେ ବିଶେଷ ଆଲୋଚନା ଚକ୍ରମାନ ଆୟୋଜନ କରାଯିବ। ଏତଦ୍‌ବ୍ୟତୀତ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଭାବେ ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରରେ ମାତୃକମିଟି, ଯାଞ୍ଚ କମିଟି, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ଗର୍ଭବତୀ ମହିଳା ଏବଂ ସଦ୍ୟ ମା’ ହୋଇଥିବା ମହିଳାମାନଙ୍କ ମଧ୍ୟରେ ସ୍ତନ୍ୟ ପାନ ସ ̧ର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଏହି ମର୍ମରେ ଜିଲ୍ଲା ପାଳମାନଙ୍କୁ ଅବଗତ କରାଯାଇ ପତ୍ର ଲେଖାଯିବା ସହ ଆବଶ୍ୟକୀୟ ଗାଇଡ଼୍‌ ଲାଇନ୍‌ ପ୍ରେରଣ କରାଯାଇଛି।

ପ୍ରକାଶ ଥାଉ କି, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ତଥ୍ୟରୁ ଜଣାଯାଇଛି ଆମ ରାଜ୍ୟରେ ନବଜାତକଙ୍କୁ ଯଥାଶୀଘ୍ର ସ୍ତନ୍ୟ ପାନ କରାଇବା ହାର ୬୮.୬ ପ୍ରତିଶତ ଥିବାବେଳେ କେବଳ ସ୍ତନ୍ୟ ପାନ କରାଇବା କ୍ଷେତ୍ରରେ ଏହି ହାର ୬୫.୬ ପ୍ରତିଶତ ରହିଛି, ଯାହାକି ଜାତୀୟ ହାରଠାରୁ ଯେଥେଷ୍ଟ ଊଦ୍ଧ୍ୱର୍ରେ। ଜାତୀୟ ସ୍ତରରେ ଏହି ହାର ଯଥାକ୍ରମେ ୪୧.୬ ପ୍ରତିଶତ ଏବଂ ୫୪.୯ ପ୍ରତିଶତ ରହିଛି। ଏହା ସତ୍ତେ୍ୱ ମଧ୍ୟ ସ୍ତନ୍ୟ ପାନ ହାରରେ ଆହୁରି ଉନ୍ନତି ଆଣିବା ସହ ରାଜ୍ୟରେ ଶିଶୁ ଅ ପ ପୁଷ୍ଟି ଆଖିଦୃଶିଆ ହ୍ରାସ କରିବା ଦିଗରେ ପ୍ରୟାସ ହେବା ଆବଶ୍ୟକ। ଯେହେତୁ ରାଜ୍ୟରେ ଡାକ୍ତରଖାନାରେ ପ୍ରସବ ହାର ଯେଥେଷ୍ଟ ଊଦ୍ଧ୍ୱର୍ରେ ଅର୍ଥାତ୍‌ ୮୬ ପ୍ରତିଶତ ରହିଛି ଅନୁରୂପ ଭାବେ ଜନ୍ମର ଏକ ଘଣ୍ଟା ମଧ୍ୟରେ ଶିଶୁକୁ ସ୍ତନ୍ୟ ପାନ କରାଇବା ସହ ଏହି ହାର ବୃଦ୍ଧି ହେବା ଏକାନ୍ତ ଆବଶ୍ୟକ ବୋଲି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଗର୍ଗ ମତେ ପାଷଣ କରିଛନ୍ତି । ଏଥି ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ସହାୟତାରେ ଏହି ସଚେତନତା କାର୍ଯ୍ୟକ୍ରମକୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଆହୁରି ବ୍ୟା ପକ ଭାବେ କାର୍ଯ୍ୟକାରୀ କରିବା ଉପରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଛନ୍ତି।

Comments are closed.