Odisha Link
Bridging the Missing Links in Odisha

ଯବାନ-ମାଓବାଦୀ ମୁହାଁମୁହିଁ, ଏନକାଉଣ୍ଟରରେ ୭ମାଓବାଦୀ ସଫା

ଛତିଶଗଡ଼ : ଆଜି ଛତିଶଗଡ଼ ରାଜନନ୍ଦଗାଓଁରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଯବାନଙ୍କ ଏନକାଉଣ୍ଟରରେ ସେଠାରେ ଥିବା ୭ମାଓବାଦୀଙ୍କର ମୃତ୍ୟୁ ହୋଇଛି ।ଏହା ଛତିଶଗଡ଼ ମହାରାଷ୍ଟ୍ର ସୀମା ସେରପାର୍ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ଏନକାଉଣ୍ଟର ପରେ ଏକେ-୪୭ ବନ୍ଧୁକ, ୩୦୩ ରାଇଫଲ, ଦେଶୀ ବନ୍ଧୁକ ଏବଂ ବିପୁଳ ମାରଣାସ୍ତ୍ର ଜବତ ହୋଇଥିବା ସୂଚନା ମିଳିଛି । ଗୁଇନ୍ଦାଙ୍କ ସୂଚନା ମୁତାବିକ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଡ଼ିଆରଜି ଓ ସିଏଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା ।

Comments are closed.