Odisha Link
Bridging the Missing Links in Odisha

ଝାରସୁଗୁଡ଼ା ବିମାନ ବନ୍ଦରରେ ଆଜିଠାରୁ କାର୍ଯ୍ୟକ୍ଷମ ଡିଭିଓଆର ମେସିନ

ଝାରସୁଗୁଡା : ଝାରସୁଗୁଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜିଠାରୁ ଡିଭିଓଆର ମେସିନ କାର୍ଯ୍ୟକ୍ଷମ କରାଯିବ। ଏହା ଦ୍ବାରା ମେଘୁଆ ପାଗରେ ମଧ୍ୟ ବିମାନ ଅବତରଣ କରିବାରେ ଅସୁବିଧା ହେବନାହିଁ। ଏନେଇ ବିମାନ ବନ୍ଦର ନିର୍ଦ୍ଦେଶ ଏସ୍.କେ ଚୌହାନ ସୂଚନା ଦେଇଛନ୍ତି।
ଗତ କିଛି ଦିନ ଧରି ମେଘୁଆ ପାଗ ଯୋଗୁ ଏଠାରେ ବିମାନ ଉଡାଣ ତଥା ଅବତରଣ ନେଇ ସମସ୍ୟା ଦେଖାଦେଉଥିଲା। ଏନେଇ ଯାତ୍ରୀମାନେ ଅସୁବିଧାର ସମୁଖିନ ଦେଉଥିଲେ। ଏହି ସମସ୍ୟା ସମାଧନ ପାଇଁ ଗତ ଫେବୃୟାରୀ ମାସରୁ ଡିଭିଓଆର ମେସିନ ଆସିଥିଲେ ହେଁ ଏହାକୁ କାର୍ଯ୍ଯକ୍ଷମ କରାଯାଇ ପାରୁନଥିଲା। ଏବେ ଏହାର ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବାରୁ ଆଜିଠାରୁ କାର୍ଯ୍ୟକ୍ଷମ କରାଯିବ।

Comments are closed.